ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସହିଦ ଦିବସରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ମୋଦି ଟ୍ୱିଟ୍‌ କରିଛନ୍ତି ଯେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ବଳିଦାନ ଆମ ଇତିହାସର ଏକ କ୍ରାନ୍ତିକାରୀ ସମୟ । ଏହି ୩ ଭୂମିପୁତ୍ରଙ୍କ ପାଇଁ ସବୁ ଭାରତୀୟ ନିଜକୁ ଗର୍ବିତମନେ କରୁଛନ୍ତି । ଅନ୍ୟମାନଙ୍କ ସ୍ୱାଧୀନ ଓ ସମ୍ମାନରେ ଜୀବନ ପାଇଁ ଏହି ମହାନାୟକମାନେ ନିଜ ଯୁବାବସ୍ଥାରେ ପ୍ରାଣ ବଳି ଦେଇଥିଲେ । ପ୍ରକାଶ ଯେ ବ୍ରିଟିଶ ଶାସନ କାଳରେ ଲାହୋର ଷଡ଼ଯନ୍ତ୍ର ମାମଲରେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ମାର୍ଚ୍ଚ ୨୩, ୧୯୩୧ରେ ଫାଶି ଦିଆଯାଇଥିଲା ।

Leave A Reply