ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

0

ସୁଆଣ୍ଡୋ : ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ସତ୍ୟବାଦୀର ଶ୍ରୀ ରାମଚନ୍ଦ୍ରପୁର ଶାସନରେ ପାଳନ କରାଯାଇଛି। ପଣ୍ଡିତଜୀଙ୍କର ବାସଭବନ ନିକଟରେ ଥିବା ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦ ପକ୍ଷରୁ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ସଭାରେ ଅଧ୍ୟକ୍ଷତା କରିଥିଲେ। ପଣ୍ଡିତଜୀ ଦେଶସେବା, ସମାଜସଂସ୍କାର ପାଇଁ ଆଜୀବନ ସଂଗ୍ରାମ ଜାରି ରଖିଥିଲେ। କେବଳ ଓଡିଶା ନୁହେଁ ଭାରତୀୟ ସଭ୍ୟତା, ସଂସ୍କୃତି ଓ ଶିକ୍ଷାର ପ୍ରବକ୍ତା ଥିଲେ। ପଣ୍ଡିତଜୀଙ୍କ ଆଦର୍ଶରେ ଯୁବପୀଢି ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ନିଜ ଭାଷଣରେ କହିଥିଲେ। ଏହି ସାରସ୍ୱତ ସ୍ମୃତିଚାରଣ ସଭାରେ ଡକ୍ଟର ଶକୁନ୍ତଳା ବଳିଆରସିଂହ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଭାବେ ବିପିନ ବିହାରୀ ଦଳେଇ ଯୋଗ ଦେଇଥିଲେ।

Leave A Reply