ଚୋରି ଅଭିଯୋଗରେ ୫ଜଣ ଗିରଫ

0

ବ୍ରହ୍ମପୁର : ଚୋରି ଅଭିଯୋଗରେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ସଦର ଥାନା ପୁଲିସ। ଏହି ଅପରାଧୀ ମାନେ ବିଭିନ୍ନ ସମୟରେ ଘରେ ଏବଂ ମନ୍ଦିରରେ ପଶି ଟଙ୍କା, ସୁନା ଅଳଙ୍କାର ଆଦି ଚୋରି କରିଥିବା ନେଇ ଗୋଷାଣିନୂଆଗାଁ, ଗୋପାଳପୁର, ଚମାଖଣ୍ଡି ଆଦି ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା। ପୁଲିସ ଗିରଫ କରି ସେମାନଙ୍କ ଠାରୁ ୭ ଭରି ଓଜନର ସୁନା, ୨ଶହ ଗ୍ରାମ ରୂପା ମୂର୍ତ୍ତି, ୩ଟି ଏଟିଏମ୍ ବ୍ୟାଟେରୀ, ଗୋଟିଏ ଲାପଟପ୍ ଜବତ କରିଛି । ଏନେଇ ଆଜି ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡ଼ିପିଓ ଏ.କେ. ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ଗୋପାଳପୁର ଥାନା ଅଧିକାରୀ ସୁଶାନ୍ତ ସାହୁ, ଗୋଷାଣିନୂଆଗାଁ ଥାନା ଅଧିକାରୀ କୁଳମଣି ସେଠୀ, ସଦର ଥାନା ଆଇଆଇସି ଶିବ ଶଙ୍କର ମହାପାତ୍ର ଉପସ୍ଥିତ ରହିଥିଲେ ।

Leave A Reply