ପଶ୍ଚିମବଙ୍ଗ ବିଜେପି ମୁଖ୍ୟଙ୍କ ଗାଡ଼ି ଉପରେ ଆକ୍ରମଣ

0

କଲକାତା: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲାର ଖତରାଠାରେ ହୋଇଛି ଏଭଳି ଆକ୍ରମଣ। ଖତରାରେ ଦଳୀୟ କର୍ମୀଙ୍କ ବାସଭବନରୁ ନୈଶଭୋଜ ସାରି ନିଜ ହୋଟେଲଙ୍କୁ ଫେରୁଥିବାବେଳେ ଶ୍ରୀ ଘୋଷଙ୍କ ଗାଡ଼ି ଉପରେ କିଛି ଅଜ୍ଞାତ ଦୁବୃତ୍ତ ଆକ୍ରମଣ କରିଥିଲେ। ଦୁବୃତ୍ତମାନେ ଶ୍ରୀ ଘୋଷଙ୍କ ଗାଡ଼ି ଉପରେ ପଥର ଫିଙ୍ଗିବା ସହ ଦଳ ବିରୋଧରେ ଗାଳିଗୁଳଜ କରିଥିଲେ। ଏ ସମ୍ପର୍କରେ ଶ୍ରୀ ଘୋଷ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରିବା ସହ ଏଥିପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି।
ପୁଲିସ ପକ୍ଷରୁ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଛି। ଅପରପକ୍ଷରେ ନଦିଆ ଜିଲାର ଚାକଡାହାଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗ ଦେଇ ଫେରୁଥିବାବେଳେ ବିଜେପି ପ୍ରାକ୍ତନ ବିଧାୟକ ସୌମିକ ଭଟ୍ଟାଚାର୍ଯ୍ୟଙ୍କ ଗାଡ଼ି ଉପରେ ଅନୁରୂପ ଭାବେ ପଥର ମାଡ଼ କରାଯିବା ସହ ଗାଳିଗୁଳଜ କରାଯାଇଥିବା ପୁଲିସ ସୂଚନା ଦେଇଛି। ଉଭୟ ମାମଲାରେ ତଦନ୍ତ ଅବ୍ୟାହତ ରହିଛି।

Leave A Reply