ଭାଲୁ ଆକ୍ରମଣରେ ଜଣେ ଗୁରୁତର

0

ନୀଳଗିରି: ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ,  ନୀଳଗିରି ଥାନା ରିଙ୍ଗପୁର ଗ୍ରାମର ଜୟରାମ ସିଂହ (୩୮) ରବିବାର ସକାଳେ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ଅଚାନକ ୨ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଜୟରାମ ସାହାସର ସହିତ ଦୀର୍ଘ ସମୟ ଧରି ଭାଲୁ ସହ ଲଢେ଼ଇ କରିଥିଲେ। ସେଠାରେ ଆଖପାଖ ଅଞ୍ଚଳର ଲୋକ ପହଞ୍ଚିଯିବାରୁ ଭାଲୁ ଦୁଇଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଜୟରାମଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ  ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

Leave A Reply