ଭାଲୁ ଆକ୍ରମଣରେ ଜଣେ ଗୁରୁତର

0

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ବାହଲପଲ୍ଲୀ ଗ୍ରାମରେ ଆଜି ସକାଳୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ବିପ୍ର ରାଉତ। ସାଇକେଲ ଯୋଗେ ସେ ନିଜ ଜମିକୁ ଯିବା ସମୟରେ ହଠାତ୍ ୨ ଟି ଭାଲୁ ଜଙ୍ଗଲ ପଟୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଆଖପାଖରେ କେହି ନଥିବା ବେଳେ ବିପ୍ର ୨ ଭାଲୁଙ୍କ ସହ ଲଢ଼େଇ କରିଥିଲେ ହେଁ ସେ ଗୁରୁତର ହୋଇପଡ଼ିଥିଲେ। କିଛିସମୟ ପରେ ତାଙ୍କ ପରିବାର ଲୋକେ ସେହିରାସ୍ତା ଦେଇ ଜମିକୁ ଯିବା ସମୟରେ ବିପ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

Leave A Reply