କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ କ୍ରୀଡ଼ା: ଚେସ୍‌ରେ ଭୁବନେଶ୍ବର ଚମ୍ପିଆନ

0

ଭୁବନେଶ୍ବର : କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆନୁକୂଲ୍ୟରେ କିଟ୍‌ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ୪୯ତମ କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଭୁବନେଶ୍ବର ରିଜନ ୧୪ ବର୍ଷରୁ କମ୍‌ ବାଳିକା ଚେସ୍‌ରେ ଚମ୍ପିଆନ ଓ ୧୯ ବର୍ଷରୁ କମ୍‌ ବାଳକରେ ତୃତୀୟ ସ୍ଥାନ ହାସଲ କରିଛି। ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ବିଜୟଲକ୍ଷ୍ମୀ ବାରିକ ପ୍ରଥମ, ଅନୁସ୍କା ମହାନ୍ତି ତୃତୀୟ ସ୍ଥାନ ହାସଲ କରିଛନ୍ତି। ୧୯ ବର୍ଷରୁ କମ୍‌ ବାଳକ ଖୋଖୋରେ ଭୁବନେଶ୍ବର ରିଜନ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ଭଲିବଲରେ ବେଙ୍ଗାଲୁରୁ ଚମ୍ପିଆନ, ଜୟପୁର ରନର୍ସଅପ ଓ ପାଟନା ତୃତୀୟ ସ୍ଥାନ ହାସଲ କରିଛିା ଅତିଥି ଭାବେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ପ୍ରଫେସର ଅଚ୍ୟୁତ ସାମନ୍ତ, କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ବର ରିଜନ ଡେପୁଟୀ କମିଶନର ଏ.ଭି.ଏଲ ଜଗନ୍ନାଥ ରାଓ, ଆସିଷ୍ଟାଣ୍ଟ କମିଶନର ଇନ୍ଦୁ କୌଶିକ, ଡ. ଡି ଓଝା, ଅନ୍ତର୍ଜାତୀୟ ଭଲିବଲ ଖେଳାଳି ଲୋତକ ବିନ୍ଦୁ ଦାଶ, ଖୋଖୋ ଖେଳାଳି ମନ୍ଦାକିନୀ ମିଝି, ଚେସ୍‌ ତାରକା ଅପରାଜିତା ଗୋଚ୍ଛିକାର ପ୍ରମୁଖ ଯୋଗଦେଇ କୃତୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply