ଭୁବନେଶ୍ୱରରୁ ୫ ବିମାନ ବାତିଲ

0

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ତିତ୍‍ଲି ପ୍ରଭାବକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ପକ୍ଷରୁ ଗୁରୁବାର ଦିନ ଏକାଧିକ ବିମାନ ବାତିଲ କରାଯାଇଛି। ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଦୁଇଟି ବିମାନ, ଭୁବନେଶ୍ୱର-କଲକାତା, ଭୁବନେଶ୍ୱର-ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର-ମୁମ୍ବଇ ବିମାନ ବାତିଲ୍‍ କରାଯାଇଛି। ଅନୁରୂପ ଭାବେ ଏସବୁ ସ୍ଥାନରୁ ଭୁବନେଶ୍ୱର ଆସିବାକୁ ଥିବା ବିମାନକୁ ମଧ୍ୟ ବାତିଲ କରାଯାଇଛି। ଅପରପକ୍ଷେ ଆଜି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ରହିଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ସମ୍ଭାବ୍ୟ ଝଡ଼ବାତ୍ୟାକୁ ଦୃଷ୍ଟିରେ ରଖି ଏଏଆଇ ପକ୍ଷରୁ ଏଠାରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଝଡ଼ବାତ୍ୟା ଘନୀଭୂତ ହେଉଥିବାରୁ ଇଣ୍ଡିଗୋ ପକ୍ଷରୁ ୧୧ ତାରିଖରେ ଭୁବନେଶ୍ୱର ଓ ବିଶାଖାପାଟଣାରୁ ବିମାନ ଚଳାଚଳ ବାତିଲ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତି ନିଷ୍ପତ୍ତି ଗ୍ରହଣ କରାଯିବ।

Leave A Reply