ଚୋରା ମଦ ବେପାର ଅଭିଯୋଗରେ ମହିଳା ଗିରଫ

0

ଭୁବନେଶ୍ବର: ଚୋରା ମଦ ବେପାର ଅଭିଯୋଗରେ ପୁଲିସ ଚଢଉ କରି ୩ ମହିଳାଙ୍କ ସମେତ ୨ ଜଣ ପୁରୁଷଙ୍କୁ ଗିରଫ କରିଛି । ଏହା ସହ ଚଢଉ ବେଳେ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ବୋତଲ ଜବତ ହୋଇଛି । ସୂଚନାଯୋଗ୍ୟ, ଶନିବାର ଚୋରା ମଦ ବେପାର ଅଭିଯୋଗରେ କେନ୍ଦୁଝର ସଦର ଥାନା ପୁଲିସ ୪ ଜଣ ମହିଳାଙ୍କୁ ଗିରଫ କରିଥିଲା । ଏକ ରିପୋର୍ଟ ଅନୂଯାୟୀ ଚଳିତ ବର୍ଷ ଚୋରା ମଦ ବେପାର ଅଭିଯୋଗରେ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଦେଓଗଡ, କଳାହାଣ୍ଡି, ନୂଆପଡା, ରାୟଗଡା, ମାଲକାନଗିରି, କୋରାପୁଟ ଓ ଗଜପତି ଆଜି ଜିଲାରେ ୨୦୦ ଜଣରୁ ଅଧିକ ମହିଳା ଗିରଫ ହୋଇଛନ୍ତି ।

Leave A Reply