ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ, ୧୨ ଗିରଫ

0

ଭୁବନେଶ୍ୱର : ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଦେଶୀ ମଦ ଜବତ କରାଯିବା ସହ ୧୨ଜଣଙ୍କୁ ଗିରଫ କରାଯାଇଛି। ଇନ୍ସପେକ୍ଟର ଦେବୀ ଦାସଙ୍କ ନେତୃତ୍ୱରେ ଶନିବାର ନୂଆପଲ୍ଲୀ ସାଲିଆ ସାହି, କାରଗିଲ୍‍ ବସ୍ତି, ସିଆରପିଏଫ ଛକ ମୁଣ୍ଡାସାହି, ରାଧାକୃଷ୍ଣ ଲେନ୍‍, କଳ୍ପନା ଛକ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୬୦ଲିଟର ରନ୍ଧା ଦେଶୀ ମଦ ଓ ୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ବେଆଇନ ମଦ କାରବାର ଅଭିଯୋଗରେ ଅନ୍ତର୍ଯ୍ୟାମୀ ଜେନା, ମୀନା ବାସ୍କେ, ସୀମାଞ୍ଚଳ ବେହେରା, ସୁବାସିନୀ ଓରାମ, ଖୁଦିରାମ ମୁର୍ମୁ, ରାଇମଣି ମୁର୍ମୁ, ଗୋଲାପି ସୋରେନଙ୍କ ସମେତ ୧୨ଜଣଙ୍କୁ ଗିରଫ କରାଯାଇଥିଲା। ହୃଦୟଚନ୍ଦ୍ର ସାମନ୍ତ, ଅନିତା ପ୍ରଧାନ, ମଧୁସୂଦନ ସାହୁ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।

Leave A Reply