ବର୍ଷାରେ ଫସୁଛି କି ଆପଣଙ୍କ ଗାଡି? ସର୍ତକତା ପାଇଁ ଅବଲମ୍ବନ କରନ୍ତୁ ଏହି ତିନି ଉପାୟ

0

ନୂଆଦିଲ୍ଲୀ : ବର୍ଷାଋତୁ ଆସିବା ପରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଅଚାନକ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେଉଥିବା ଦେଖିବାକୁ ମିଳିଛି। ତେବେ ରାସ୍ତା ଘାଟରେ ପାଣି ଜମି ଅନେକ ସମସ୍ୟା ସୃଷ୍ଟି କରୁଛି। ଏହାଦ୍ୱାରା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାର ଚିତ୍ର ଦେଖିବାକୁ ମିଳୁଛି। ଏହି ସମୟରେ ବିଭିନ୍ନ ସହରରେ ବର୍ଷାପାଣି ଜମିରହି ଯାନବାହାନ ଚଳାଚଳରେ ସମସ୍ୟା ଦେଖାଦେଉଛି। ତେବେ ଆସନ୍ତୁ ଜାଣିବା ବର୍ଷାରେ ଗାଡି ଚାଳନା ସମୟରେ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବେ।
ପାଣିଥିବା ସ୍ଥାନ ମାନଙ୍କରେ ଗାଡି ରଖନ୍ତୁ ନାହିଁ
ଆପଣ ନିଜର କାରକୁ ପାଣି ଥିବା ରାସ୍ତା କିମ୍ବା କୌଣସି ସ୍ଥାନରେ ରଖନ୍ତୁ ନାହିଁ। ଏହାଦ୍ୱାରା କାରର ବିଭିନ୍ନ ଭାଗରେ ପାଣି ପଶିଯାଇଥାଏ। ଯାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିଥାଏ।
ପାଣିରେ ଫସି ରହିଥିବା କାର ଚଲାନ୍ତୁ ନାହିଁ
ବର୍ଷା ସମୟରେ ରାସ୍ତାରେ ପାଣି ଜମିରହିଥିବା ଦୃଶ୍ୟ ନିକଟରେ ଦେଖିବାକୁ ମିଳିଥିଲା। ପାଣିରେ ଫସି ରହିଥିବା କାରକୁ କେବେ ବି ର୍ଷ୍ଟାଟ କରିବେ ନାହିଁ। କାରଣ ଏହି ସମୟରେ କାରରେ ପାଣି ପଶି ଇଞ୍ଜିନ ମଧ୍ୟରେ ପାଣି ପଶିଥାଏ। ତେଣୁ ର୍ଷ୍ଟାଟ ନକରି ପାଣି ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନହେଲେ ଗାଡିକୁ ଠେଲି ଠେଲି ବାହାର କରନ୍ତୁ। ଏହାଦ୍ୱାରା ଗାଡିରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଯାଇନଥାଏ।
ଗାଡିର ଗିୟରରେ ପରିବର୍ତ୍ତନ କରନ୍ତୁ ନାହିଁ
ପାଣି ଥିବା ସ୍ଥାନ ମାନଙ୍କରେ ଗାଡି ଧୀରେ ଚଲାନ୍ତୁ। ଏହି ସମୟରେ କାରକୁ ପ୍ରଥମ ଗିୟରରେ ଚଲାନ୍ତୁ। ଏହାଦ୍ୱାରା ଇଞ୍ଜିନରେ ପାଣି ପଶିନଥିବା ବେଳେ ଭଲଭାବରେ ବ୍ରେକ୍‍ ବି ଲାଗିଥାଏ।

Leave A Reply