ପୁଣି ବରଗଡରେ ବଦଳିଲେ ଜିଲାପାଳ, ପ୍ରଶାସନିକ ସ୍ତରରେ ଅଦଳ ବଦଳ

0

ଭୁବନେଶ୍ୱର:ବିଜେପୁର ଉପ  ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ନିର୍ଦେଶ ପରେ ବରଗଡର ଜିଲାପାଳ ଓ ଏସ୍‌ପିଙ୍କୁ ବଦଳାଯାଇଥିଲା । ନିର୍ବାଚନ ଶେଷ ହେବାପରେ ପୁଣି ବରଗ଼ଡର ଜିଲାପାଳଙ୍କୁ ବଦଳାଯାଇଛି । ବରିଷ୍ଠ ଓଏଏସ୍‌ ଅଧିକାରୀ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ବରଗଡର ନୂଆ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି  ।  ସେହି ପରି ୨୦୦୮ ବ୍ୟାଚ ଆଇଏଏସ୍‌ ଅଧିକାରୀ ଯାମିନୀ ଷଡଙ୍ଗୀଙ୍କୁ ପୁଣିଥିଲେ ଜଗତସିଂହପୁର ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ବରିଷ୍ଠ ଓଏଏସ୍‌ ଅଧିକାରୀ ଖଗେନ୍ଦ୍ର ନାଥ ପାଢୀଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନୂତନ ଅତିରିକ୍ତ  ସଚିବ ଭାବରେ ନିଯୁକ୍ତି ଦିଆଯାଇଛି ।

ଓଡିଶା କ୍ୟାଡର୍‌ର  ବହୁ ଆଇଏଏସ୍‌ ଅଧିକୀରଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଛନ୍ତି । ୧୯୮୫ ବ୍ୟାଚର ଆଇଏଏସ୍‌ ଅଧିକାରୀ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ସଂସଦୀୟ ବ୍ୟାପାରରେ ନୂଆ ୟୁନିଅନ୍‌ ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି । ସୁରେନ୍ଦ୍ର ନାଥ ଏବେ କୃଷି , ସମବାୟ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଭାବେ କାମ କରୁଛନ୍ତି । ୧୯୮୫ ବ୍ୟାଚ ଆଇଏଏସ୍‌ ଅଧିକାରୀ ଛବିଳେନ୍ଦ୍ର ରାଉଳଙ୍କୁ କୃଷି ଗବେଷଣା ଓ ଶିକ୍ଷା ବିଭାଗର ନୂତନ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚ ଆଇଏଏସ୍‌ ଅଧିକାରୀ ବିପିନ ବିହରୀ ମଲିକଙ୍କ ସଂସ୍କୃତି ବିଭାଗର ନୂତନ ଅତିରିକ୍ତ ସଚିବ ଷ ୧୯୮୭ ବ୍ୟାଚ ଆଇଏଏସ୍‌ ଅଧିକାରୀ ଦେବାଶୀଷ ପଣ୍ଡାଙ୍କୁ ଆର୍ଥିକ ସେବା ବିଭାଗର ନୂତନ ଅତିରିକ୍ତ ସଚିବ , ୧୯୮୭ ବ୍ୟାଚ ଆଇଏଏସ୍‌ ଅଧିକାରୀ  ବିମ୍ବାଧର ପ୍ରଧାନଙ୍କୁ କୃଷି ଓ କୃଷକ ବିକାଶ ବିଭାଗର ନୂତନ ଅତିରିକ୍ତ ସଚିବ । ୧୯୮୮ ବ୍ୟାଚ ଆଇଏଏସ୍‌ ଅଧିକାରୀ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ବାଣିଜ୍ୟ ବିଭାଗର ନୂତନ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply