ବ୍ୟାଙ୍କ ଅଫ୍‍ ମହାରାଷ୍ଟ୍ରର ୫୧ ଶାଖା ବନ୍ଦ, ନଭେମ୍ବର ୩୦ରୁ କାମ କରିବନି ଚେକ୍‍ବୁକ୍‍

0

ନୂଆଦିଲ୍ଲୀ : ବ୍ୟାଙ୍କ ଅଫ୍‍ ମହାରାଷ୍ଟ୍ର (ବିଓଏମ୍‍) ନିଜର ୫୧ଟି ଶାଖା ବନ୍ଦ କରିବାକୁ ଘୋଷଣା କରିଛି। ଏହି ସରକାରୀ ବ୍ୟାଙ୍କର ପୁନେସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଜାରି ଇସ୍ତେହାର ଅନୁସାରେ ବନ୍ଦ ହେଉଥିବା ଏହି ଶାଖାଗୁଡ଼ିକ ସହରାଞ୍ଚଳମାନଙ୍କରେ ରହିଛି। ବନ୍ଦ ବ୍ୟାଙ୍କ ଶାଖାଗୁଡ଼ିକୁ ନିକଟରେ ଥିବା ଶାଖାମାନଙ୍କରେ ମିଶାଇ ଦିଆଯିବ ବୋଲି ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଅର୍ଥାତ ଏବେ ବିଓଏମ୍‍ର ବନ୍ଦ ହେଉଥିବା ଶାଖାର ଗ୍ରାହକଙ୍କ ଖାତା ଅନ୍ୟ ଏକ ଶାଖାକୁ ସ୍ତାନାନ୍ତର ହୋଇଯିବ। ନଭେମ୍ବର ୩୦ରୁ ଏହି ଶାଖାଗୁଡ଼ିକର ଚେକ୍‍ବୁକ୍‍ କାମ କରିବନି ବୋଲି ସୂଚନା ଦିଆଯାଇଛି। ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଦେଶବ୍ୟାପୀ ୧,୯୦୦ ଶାଖା ରହିଛି। ଲୋକଙ୍କ ସୁବିଧା ପାଇଁ ବ୍ୟାଙ୍କର କେତେକ ସହରରେ ଥିବା ଶାଖାକୁ ବନ୍ଦ କରି ଅନ୍ୟ ଶାଖାସହ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହାସହ ଏହି ଶାଖାଗୁଡ଼ିକର ଆଇଏଫଏସ୍‍ସି କୋଡ, ଏମ୍‍ଆଇସିଆର କୋଡ ରଦ୍ଦ କରିଦିଆଯାଇଛି।

Leave A Reply