ଆସନ୍ତା ଶନିବାରରେ ବ୍ୟାଙ୍କ ବନ୍ଦ ହେବନାହିଁ

0

ଚେନ୍ନାଇ:  ୪ରୁ ୫ ଦିନ ଧରି ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ହେବ  ବୋଲି ବିଭିନ୍ନ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି । ମାତ୍ର ଲଗାତାର ଏତେ ଦିନ ଧରି ବ୍ୟାଙ୍କ ବନ୍ଦ ହେବ ନାହିଁ ବୋଲି  ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସରସ୍‌ କନଫେଡେରେସନ୍‌ପକ୍ଷରୁ ସୂଚନା ଦିଆଯାଇଛି । ଏହାର ସାଧାରଣ ସମ୍ପାଦକ ଥମାସ୍‌ ପ୍ରାଙ୍କୋ ରାଜେନ୍ଦ୍ର ଦେବ ଏହି ସୂଚନା ଦେଇଛନ୍ତି । କେବଳ ଗୁରୁବାର ଓ ଶୁକ୍ରବାର ବ୍ୟାଙ୍କ ବନ୍ଦ ରହିବ । ଗୁରୁବାର ମହାବୀର ଜୟନ୍ତୀ  ଓ ଶୁକ୍ରବାର ଗୁଡ ଫ୍ରାଇଡେ ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତ ଶନିବାର ମାସର ପଞ୍ଚମ ଶନିବାର , ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ବ୍ୟାଙ୍କ ବନ୍ଦ ରହେ , ଏହା ପଞ୍ଚମ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଏପ୍ରିଲ ଏକ ତାରିଖରେ ବ୍ୟାଙ୍କ ଖୋଲା ରହିବ । ଏପ୍ରିଲ ଦୁଇ ତାରିଖରେ ଆକାଉଣ୍ଟର ବାର୍ଷିକ କ୍ଲୋସିଂ ରହିଥିବାରୁ ବ୍ୟାଙ୍କ ବନ୍ଦ ରହିବ ।

Leave A Reply