ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ି ୧୦ ଆହତ

0

ବଣେଇ: ଏକ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ି ପ୍ରାୟ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବଣେଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଆହତମାନେ ବଣେଇ ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦେ୍ରରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନାଯୋଗ୍ୟ, ବଣେଇ ଉପଖଣ୍ଡ କେବଲାଙ୍ଗ ଥାନା ଅନ୍ତର୍ଗତ ଜାମଡିହିରୁ କୁଞ୍ଚପାଣି ଗ୍ରାମୀଣ ରାଜପଥରେ ନ୍ୟାସନାଲ ବିଲଡିଂ କମ୍ପାନୀ ତରଫରୁ ଏହି ବ୍ରିଜ୍ ନିର୍ମାଣ ହେଉଥିବା ରବିବାର ଦିନ ପ୍ରାୟ ୧୧ଟା ବେଳେ ଭୁଶୁଡି ପଡିଥିଲା। ନିମ୍ନମାନର କାମ ଯୋଗୁ ବ୍ରିଜ୍‌ ଭୁଶୁଡିବା ପଡିଥିବା ଅଭିଯୋଗ ହୋଇଛି ।

Leave A Reply