ଦେଶୀ ଫଳର ଉପକାରିତା

0

ଆଜିକାଲି ସପିଂ ମଲ୍‌ର ଫୁଡ୍‌ ଷ୍ଟୋର୍‌ରେ ବିଭିନ୍ନ ପ୍ରଜାତିର ବିଦେଶୀ ଫଳର ସମାହାର ଦେଖିବାକୁ ମିଳୁଛି। ଲୋକେ ମଧ୍ୟ ଏଇ ମୋହରେ ଶୀଘ୍ର ବାନ୍ଧିହୋଇଯାଉଛନ୍ତି ଯେ ବିଦେଶୀ ଫଳରେ ଅଧିକ ପୋଷକତତ୍ତ୍ବ ଭୂରପୂର ରହିଛି। ଆମ ଭାରତୀୟ ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସବୁବେଳେ ଦେଶୀ ଖାଦ୍ୟ ଓ ଫଳର ଆଦର କରନ୍ତୁ। ଆଭାକାଡୋ, କିୱି, ଅଷ୍ଟ୍ରେଲିଆ ସେଓରେ ପୋଷକ ତତ୍ତ୍ବ ଅଛି, ଏହା ସତ। ହେଲେ ଆମ ଦେଶୀ ଫଳ କଦଳୀ, ଆତରେ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ୍ ଅଛି।
ନିୟମିତ ଭାବେ ସକାଳୁ ଉଠି ଖାଲିପେଟରେ ଗୋଟିଏ କଦଳୀ ଖାଇଲେ ତାହା ଶରୀରକୁ ଶକ୍ତି ଦେବା ସହ ଶରୀରର ମେଦକୁ ନିୟନ୍ତ୍ରଣ କରେ। ଅନେକଙ୍କ ଧାରଣା ଯେ କଦଳୀ ଖାଇଲେ ଶରୀରରେ ଗ୍ଲୁକୋଜ୍ ବଢ଼ିବା ସହ ଓଜନ ବୃଦ୍ଧି ହୁଏ। ଏସବୁ ଚିନ୍ତା ମନରୁ ବାହାର କରି ନିୟମିତ କଦଳୀ ଖାଇବା ଉଚିତ।
କଦଳୀ ଖାଇଲେ ଆମ ପାଚନ ଶକ୍ତି ଭଲ ହେବା ସହ ଶରୀର ପାଇଁ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ବୃକକ୍ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ ଦୈନିକ ପାଚିଲା କଦଳୀ ମହୌଷଧି ପରି କାମ କରେ।

Leave A Reply