ପୁଲିସ ପ୍ରଶାସନ ପକ୍ଷରୁ ନିଳାଦ୍ରି ବିହାରିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0

ମାଲକାନଗିରି : ମାଲକାନଗିରି ପୁଲିସ ପ୍ରଶାସନ ପକ୍ଷରୁ ଏସ୍‍.ପି. ଜଗମୋହନ ମୀନା ରବିବାର ପୁଲିସ ଚାକିରି କରୁଥିବା ନିଳାଦ୍ରି ବିହାରି ଦାଢିଆ ଓ.ଏ.ଏସ୍‍. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଡିପିଓ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲୋ ମାଲକାନଗିରି ମାଓ ଗଡରେ ପୁଲିସ କନଷ୍ଟେବଳ ଭାବେ ଚାକିରି ପାଇଥିଲେ ନିଳାଦ୍ରି ବିହାରି ଦାଢିଆ। ୨୦୦୨ରେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲୋ ପରେ ସେ ଇଗ୍ନୋ ଡିସ୍ଟାନ୍ସ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏ.ଏସ୍‍.ଆଇ. ଭାବେ ଯୋଗ୍ୟ ବିବେଚିତ ହୋଇଥିଲୋ ବର୍ତମାନ ସେ ଭୁବନେଶ୍ୱରଠାରେ ଓଡିଶା ପୁଲିସର ଭିଆଇପି ସୁରକ୍ଷା ୱିଙ୍ଗରେ କାର୍ଯ୍ୟ କରୁଥିବା ବେଳେ ବାପା ଜଣେ ଶିକ୍ଷକା ତେବେ ମାଓପ୍ରବଣ ଅଞ୍ଚଳରେ ଲୋକମାନେ କିଭଳି ସରକାରଙ୍କ ଯୋଜନା ପାଇପାରିବେ ସେଥିପାଇଁ ସେ ଏହି ଅଞ୍ଚଳରେ କାର୍ଯ୍ୟ କରିବେ ବୋଲି କହିଥିଲୋ

Leave A Reply