ଫତ୍‍ୱା ନେଇ ହାଇକୋର୍ଟଙ୍କ କଟକଣା ଉପରେ ରହିତାଦେଶ

0

ନୂଆଦିଲ୍ଲୀ : କୌଣସି ଧାର୍ମିକ ସଂସ୍ଥା ଫତ୍‍ୱା ଜାରି କରିପାରିବେ ନାହିଁ ବୋଲି ଉତ୍ତରାଖଣ୍ଡ ହାଇକୋର୍ଟ ଲାଗୁ କରିଥିବା କଟକଣା ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି। ବଳାତ୍କାରର ଶିକାର ହୋଇଥିବା ୧୫ବର୍ଷ ବୟସ୍କା ଜଣେ ନାବାଳିକା ଏବଂ ତାଙ୍କ ପରିବାରକୁ ନିଜ ଗ୍ରାମ ଛାଡିବା ଲାଗି ହରିଦ୍ୱାରରେ ଜାରି କରାଯାଇଥିବା ଫତ୍‍ୱା ସମ୍ବନ୍ଧରେ ଗଣମାଧ୍ୟମ ରିପୋର୍ଟକୁ ବିଚାରକୁ ନେଇ ହାଇକୋର୍ଟ ଏହି ନିଷେଧାଦେଶ ଲାଗୁ କରିଥିଲେ। ବଳାତ୍କାର ପୀଡ଼ିତାଙ୍କ ପ୍ରତି ସମବେଦନା ଜଣାଇବା ପରିବର୍ତ୍ତେ ତାଙ୍କୁ ଓ ତାଙ୍କ ପରିବାରକୁ ଗ୍ରାମରୁ ବାହାର କରିଦେବା ନେଇ ଜାରି କରାଯାଇଥିବା ଫତ୍‍ୱା ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟ ଏହାକୁ ବେଆଇନ ଘୋଷଣା କରିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ବିରୋଧରେ ଜମିଆତ ଉଲମ-ଆଇ-ହିନ୍ଦ ନାମକ ଏକ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ବିଚାରପତି ଏମ୍‍. ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ପୀଠ ତାହାର ଶୁଣାଣି କରି ରହିତାଦେଶ ଲାଗୁ କରିଛନ୍ତି।

Leave A Reply