ସର୍ଭେ ରିପୋର୍ଟ ପ୍ରକାଶ ଉପରେ ଇସିଙ୍କ ନିଷେଧାଦେଶ

0

ନୂଆଦିଲ୍ଲୀ : ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଏକଜିଟ୍‍ ପୋଲ୍‍ (ବୁଥ ଫେରନ୍ତା) ସର୍ଭେ ଉପରେ ନିର୍ବାଚନ ଆୟୋଗ (ଇସି) ଶୁକ୍ରବାର ନିଷେଧାଦେଶ ଜାରି କରିଛନ୍ତି। ନଭେମ୍ବର ୧୨ରୁ ଡିସେମ୍ବର ୭ ତାରିଖ ମଧ୍ୟରେ କୌଣସି ସଂସ୍ଥା ଏକଜିଟ୍‍ ପୋଲ ସର୍ଭେ ରିପୋର୍ଟ ପ୍ରକାଶ କରିପାରିବେ ନାହିଁ। ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୬(୧)(ଖ) ଅନୁଯାୟୀ ଅନ୍ୟ ସମସ୍ତ ସର୍ଭେ ରିପୋର୍ଟ ପ୍ରକାଶ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କୌଣସି ବୈଦ୍ୟୁତିକ କିମ୍ବା ଛାପା ଗଣମାଧ୍ୟମ ନିଜର ଜନମତ ସର୍ଭେ କିମ୍ବା ନିର୍ବାଚନ ସମ୍ପର୍କିତ ଅନ୍ୟ ସର୍ଭେ ରିପୋର୍ଟ ପ୍ରକାଶ କରିପାରିବେ ନାହିଁ। ନଭେମ୍ବର ୧୨ ତାରିଖ ସକାଳ ୭ଟାରୁ ଡିସେମ୍ବର ୭ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଏହି କଟକଣା ଲାଗୁହେବ। ନଭେମ୍ବର ୧୨ରୁ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଆୟୋଗ ଏହି ନିଷେଧାଦେଶ ଜାରି କରିଛନ୍ତି।

Leave A Reply