ବାଲେଶ୍ୱର: ୩ ନିଖୋଜ ଛାତ୍ର ଉଦ୍ଧାର

0

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଥାନା ଉଡ଼ମ୍ୱର ହାଇସ୍କୁଲର ଅଷ୍ଟମ ଶ୍ରେଣୀର ୩ ନିଖୋଜ ଥିବା ଛାତ୍ରଙ୍କୁ  ରବିବାର ଉଦ୍ଧାର କରାଯାଇଛି  । ସେମାନଙ୍କ ନାମ ଚିନ୍ମୟ ଦାସ, ଶିବ ନାରାୟଣ ଦାସ ଓ ଶୁଭଙ୍କର ଦାସ । ସେମାନଙ୍କୁ ମେରାଇନ ଥାନା ଡୁଗୁଲାଗଡ଼ି ଆନନ୍ଦପୁର କୂଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ  ଧୀବରମାନେ ଛାତ୍ରମାନଙ୍କୁ ଉଦ୍ଧାର କରି ରେମୁଣା ପୁଲିସକୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ଦିନ ଏହି ୩ ଜଣ ଛାତ୍ର ଘରୁ ବାହାରି ସ୍କୁଲକୁ ଯାଇଥିଲେ । ହେଲେ ସ୍କୁଲ ଛୁଟି ହେବା ପରେ ଘରକୁ ଫେରି ନଥିଲେ । ଘରକୁ ନ ଫେରିବାରୁ ଘରଲୋକେ ଖୋଜା ଖୋଜି କରିଥିଲେ । ସେମାନଙ୍କୁ ନ ପାଇବାରୁ ପରିବାର ଲୋକେ ଏନେଇ ରେମୁଣା ଥାନାରେ ଅଭିଯୋଗ କରିଥିଲେ ।

Leave A Reply