ଦେଶରେ କ୍ୱାଡ୍ରି ସାଇକେଲ୍‌ରେ ଯାତ୍ରୀ ପରିବହନ ପାଇଁ ଅନୁମତି ଦେଲେ ସରକାର

0

ନୂଆଦିଲ୍ଲୀ . – ଭାରତରେ କ୍ୱାଡ୍ରିସାଇକେଲ୍‌ ଯାତ୍ରୀ ପରିବହନ ପାଇଁ କେନ୍ଦ୍ର  ପରିବହନ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି।  ଏହା କୌଣସି ତିନି ଚକିଆ ଯାନଠାରୁ ଭଲ ହୋଇଥିବା ବେଳେ କାରଠାରୁ ସାମାନ୍  କମ୍‌ । ସର୍ବାଧିକ ୭୦ କିଲୋମିଟର ବେଗରେ ଏହା ଚାଲି ପାରିବ ।

ଏକ ଲିଟର ପେଟ୍ରାଲରେ ଏହା ୩୫ କିଲୋମିଟର ଯାଉଥିବା ବେଳେ ପ୍ରଦୂଷଣର ମାତ୍ରା ବହୁତ କମ୍‌। ଏବେ ଭାରତରେ ବାଜାଜ୍‌ କେବଳ କ୍ୱାଡ୍ରି ସାଇକେଲ୍‌ ନିର୍ମାଣ କରୁଛି । ଅନ୍ୟ ଦେଶକୁ ରପ୍ତାନୀ ପାଇଁ ଏହାକୁ ଭାରତରେ ଉତ୍ପାଦନ କରାଯାଉଛି । ଏବେ ଭାରତରେ କ୍ୱାଡ୍ରି ସାଇକେଲ୍‌ରେ  ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ସହ ଯାତ୍ରୀ ପରିବହନ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ । ଏହା ଦ୍ୱାରା ଯାତ୍ରୀ ପରିବହନ ଆହୁରି ଶସ୍ତା ହୋଇଯିବ ।  ବାଜାଜ୍‌ ଏବେ ନିଜର କ୍ୱାଡ୍ରିସାଇକେଲ୍‌  କ୍ୟୁଟ୍‌କୁ  ଭାରତର ବଜାରରେ ପ୍ରବେଶ କରାଇବ । ବାଜାଜ୍‍ କ୍ୟୁଟ କାରରେ ୨୧୬.୬ସିସି ବିଶିଷ୍ଟ ଏକକ ସିଲିଣ୍ଡର ଇଞ୍ଜିନ ରହିଛି। ଏହାବ୍ୟତୀତ ଏଥିରେ ୫ସ୍ପିଡ ଗିୟରବକ୍ସ ରହିଛି। ଯାହା ଘଣ୍ଟା ପ୍ରତି ବେଗ ୭୦କିମି ରହିଛି। ୧ଲିଟର ତେଲରେ ଗାଡି ୩୫କିମି ଯିବାର ସୁବିଧା ରହିଛି। କମ୍ପାନୀ ଏହି କାରର ମୂଲ୍ୟ ୨ଲକ୍ଷ ଟଙ୍କା ରହିଛି।

Leave A Reply