ବୈଜୟନ୍ତଙ୍କ ହେଲିକପ୍ଟର ; ୪୨ ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଲା ପୁଲିସ

0

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ ହ୍ୟାଙ୍ଗର ସିଲ ପ୍ରସଙ୍ଗର ସୋମବାର ଅନ୍ତ ଘଟିଛି । ପୁରୀ ପୁଲିସ ୪୨ ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଛି। ଜଣେ ଏସ୍‌ଡିପିଓ ଏବଂ ମେରାଇନ ଥାନା ଆଇଆଇସି  ସିଲ୍ ଖୋଲିଥିବା ଜଣାପଡିଛି । ତେବେ ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟରରୁ ସିଲ୍ ଖୋଲିଥିଲେ ମଧ୍ୟ ଗୋଟିଏ ହେଲିକପ୍ଟରକୁ ପୁଲିସ ପୁଣି ଥରେ ସିଲ୍ କରିଛି । ଗତ ସେପ୍ଟେମ୍ବର ୧୭ରେ ପୁଲିସ ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା।

ଚିଲିକା ଉପରେ ବେଆଇନ ଉଡ଼ାଣ ଅଭିଯୋଗରେ ପୁଲିସ ହ୍ୟାଙ୍ଗରକୁ ସିଲ୍ କରିଥିଲା। ତେବେ ଗତ ୨୫ରେ ଡିଜିସିଏ ହେଲିକପ୍ଟର ଉଡ଼ାଣ ନେଇ ବୈଜୟନ୍ତଙ୍କୁ କ୍ଲିନ୍‌ଚିଟ୍ ଦେଇଥିଲେ । ୨୫ରେ କ୍ଲିନ୍‌ଚିଟ୍ ପରେ ସୋମବାର ପୁଲିସ ହ୍ୟାଙ୍ଗର ଖୋଲିଛି ।

Leave A Reply