୩ ଦିନରେ ୩୦ କୋଟିରୁ ଅଧିକ ବ୍ୟବସାୟ କଲା ‘ବଧାଇ ହୋ’

0

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଚଳଚ୍ଚିତ୍ର ‘ବଧାଇ ହୋ’ ପ୍ରେକ୍ଷାଳୟ ମାନଙ୍କରେ ଦମ୍‍ଦାର୍‍ ଲୋକପ୍ରିୟତା ହାସଲ କରିଛି। ୩ ଦିନରେ ଏହି ଚଳଚ୍ଚିତ୍ର ଭାରତୀୟ ବକ୍ସ ଅଫିସରେ ୩୦ କୋଟିରୁ ଊର୍ଦ୍ଧ୍ବ ଆୟ କରିଛି।

ସୂଚନା ଅନୁସାରେ, ପ୍ରଥମ ଦିନରେ ଚଳଚ୍ଚିତ୍ର ୭ କୋଟି ୨୯ଲକ୍ଷ ଓ ଦ୍ୱିତୀୟ ଦିନରେ ୧୧ କୋଟି ୬୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ତୃତୀୟ ଦିନ ଅର୍ଥାତ୍‍ ଶନିବାର ଦିନ ଏହା ୧୨ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଛି। ତେବେ ଏହିପରି ଭାବେ ଚଳଚ୍ଚିତ୍ରର ଏପର୍ଯ୍ୟନ୍ତର ସମୁଦାୟ ଆୟ ୩୧ କୋଟି ୪୬ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୨୦ କୋଟି ରହିଛି। ତେବେ ଚଳଚ୍ଚିତ୍ର ତା’ର ବଜେଟ୍‍ ଉଠାଇ ସାରିଲାଣି। ଏବେ ଦେଖିବା ବାକି ରହିଲା ଯେ, ପ୍ରଥମ ସପ୍ତାହ ଶେଷରେ ଚଳଚ୍ଚିତ୍ରର ସର୍ବମୋଟ୍‍ ଆୟ କେତେ ହେଉଛି। ଏହି ଚଳଚ୍ଚିତ୍ର ଅଷ୍ଟ୍ରେଲିଆରେ ମଧ୍ୟ ଭଲ ବ୍ୟବସାୟ କରୁଥିବା ଜଣାପଡ଼ିଛି।

Leave A Reply