ବାଲିବୋଝେଇ ଟ୍ରାକ୍ଟରକୁ ଧରିଲେ ଗ୍ରାମବାସୀ

0

ବଡ଼ସାହି : ବୁଢାବଳଙ୍ଗ ନଦୀରୁ ଚୋରାରେ ଚାଲାଣ ହେଉଥିବା ଏକ ବାଲିବୋଝେଇ ଟ୍ରାକ୍ଟର (ନଂ ଓଡି୧୧ଡି-୬୮୦୬)କୁ ଦୁର୍ଗାପୁର ପଞ୍ଚାୟତ, ରଙ୍ଗପାଣି-କୁଲକୋଠା ଗ୍ରାମବାସୀ ଅଟକ ରଖି ତହସିଲଦାରଙ୍କୁ ଜିମା ଦେଇଛନ୍ତି। ତହସିଲଦାର ଅମୀୟ କୁମାର ରାଉତ ବାଲିବୋଝେଇ ଟ୍ରାକ୍ଟରଟିକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି। ବିନା ପରମିଟ ଓ ଚୋରାରେ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଠାରୁ ଜରିମନା ଆଦାୟ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

Leave A Reply