କୃଷି ବୈଜ୍ଞାନିକଙ୍କୁ ଜାତୀୟସ୍ତରରେ ସମ୍ବର୍ଦ୍ଧନା

0

ବଡ଼ସାହି : ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଭାବେ ବଡ଼ସାହି ମାଟିର କୃଷି ବୈଜ୍ଞାନିକ ଡ଼ଃ ଜଗନ୍ନାଥ ପାତ୍ରଙ୍କୁ ଜାତୀୟସ୍ତରରେ ସମ୍ବର୍ଦ୍ଧିତ କରାଯାଇଛି। ଡ଼ଃ ଶ୍ରୀଯୁକ୍ତ ପାତ୍ର ବର୍ତ୍ତମାନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ଭାରତୀୟ ସମ୍ପ୍ରସାରଣ ଶିକ୍ଷାସମିତି ଆନୁକୂଲ୍ୟରେ କଲକତା ସ୍ଥିତ ପଶ୍ଚିମବଙ୍ଗ ପଶୁପାଳନ ଓ ମତ୍ସ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତ୍ରିଦିବସୀୟ ଜାତୀୟ ସେମିନାରରେ ରାମକୃଷ୍ଣ ମିଶନ ଆଶ୍ରମର ରାଷ୍ଟ୍ରିୟ ସମ୍ପାଦକ ସ୍ୱାମୀ ସର୍ବାଲୋକାନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ଼ଃ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉତ୍କର୍ଷ ପାରଦର୍ଶିତା ସ୍ୱରୂପ ଟ୍ରଫି ଏବଂ ମାନପତ୍ର ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ପ୍ରକାଶ ଥାଉ କି, ମୟୂରଭଞ୍ଜ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଭାବେ ଡ଼ଃ ଶ୍ରୀ ପାତ୍ର ୫ବର୍ଷ କାର୍ଯ୍ୟକାଳ ସମୟରେ ଅନୁଷ୍ଠାନକୁ ଏକ ଉଚ୍ଚସ୍ତରକୁ ନେଇ ପାରିଥିଲେ। ଏହି ସମୟକାଳ ମଧ୍ୟରେ କେନ୍ଦ୍ରରେ କୃଷି ପ୍ରାଦ୍ୟୋଗିକ ଶିକ୍ଷଣୀୟ କ୍ଷେତ୍ର ସୃଷ୍ଟି, ଧାନ ପିଣ୍ଡ ବିହନ ଉତ୍ପାଦନ, ଉନ୍ନତ ମାନର କୁକୁଡ଼ା ଚିଆଁ ପାଳନ, ଛତୁ ଉଦ୍ୟୋଗ ଓ ଚାରା ଉତ୍ପାଦନ କାର୍ଯ୍ୟକ୍ରମ ଦ୍ୱାରା କେନ୍ଦ୍ରର ୬୦ଲକ୍ଷରୁ ଊର୍ଦ୍ଧ୍ବ ରାଜସ୍ୱ ବୃଦ୍ଧି ଘଟିଥିଲା। ଏଥିପାଇଁ ୨୦୧୬ମସିହାରେ ଏହି ବିଜ୍ଞାନକେନ୍ଦ୍ର ଜାତୀୟସ୍ତରରେ ଶ୍ରେଷ୍ଠ ଆଞ୍ଚଳିକ କୃଷି ବିଜ୍ଞାନକେନ୍ଦ୍ର ଭାବେ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ପୁରସ୍କୃତ ହୋଇଥିଲା। ଏହାପରେ ଡ଼ଃ ଶ୍ରୀ ପାତ୍ର ମୟୂରଭଞ୍ଜ ଜିଲାର ଅନ୍ୟତମ କୃଷି ବିଜ୍ଞାନ କେନ୍ଦ୍ର ଯଶୀପୁରର ମୁଖ୍ୟ ଭାବେ ୩ବର୍ଷ କାର୍ଯ୍ୟ କରି ଉକ୍ତ ଅନୁଷ୍ଠାନକୁ ଉନ୍ନତ୍ତୋର ରୂପ ପ୍ରଦାନ କରିଛନ୍ତି। ଉନ୍ନତ ଜ୍ଞାନକୌଶଳ ସମ୍ପ୍ରସାରଣ ଦିଗରେ ତାଙ୍କର ଅଭିନବ ପ୍ରୟାସ ତଥା ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ସମ୍ମାନୀତ ହେବା ଜିଲା ଚାଷୀ ଭାଇ, ଭଉଣୀଙ୍କ ପାଇଁ ସେ ଉତ୍ସର୍ଗୀକୃତ କରିଛନ୍ତି। ଆଗାମୀ ଦିନରେ ଅନେକ କାର୍ଯ୍ୟକ୍ରମ ଜରିଆରେ ଜିଲାର ଆଦିବାସୀ ତଥା ଅପହଞ୍ଚ ଚାଷୀ ଭାଇ, ଭଉଣୀଙ୍କ ନୂତନ ଦିଗଦର୍ଶନ ଦେବାକୁ ସେ ପ୍ରୟାସ ଜାରି ରଖିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।

Leave A Reply