ବିଶେଷଜ୍ଞ ଦଳର ବଡ଼ସାହି ଡ଼ାକ୍ତରଖାନା ପରିଦର୍ଶନ

0

ବଡ଼ସାହି : ସୋମବାର ସ୍ଥାନୀୟ ଡ଼ାକ୍ତରଖାନା ପରିଦର୍ଶନରେ ବିଶେଷଜ୍ଞ ଦଳ ଆସି ଫେରିଯାଇଛନ୍ତି। ସ୍ୱାସ୍ଥ୍ୟବିଭାଗର ଉପନିର୍ଦେଶକ ଡ଼ା. ଜୀବନ ବଲ୍ଲଭ ଷଢ଼ଙ୍ଗୀଙ୍କ ନେତୃତ୍ୱରେ ଡ଼ା ବିକାଶ ପଟ୍ଟନାୟକ, ହୀରାଲାଲ ନାୟକ, ବିଶ୍ୱରଞ୍ଜନ ରାଉତ ଓ ଅଜିତ କୁମାର କୁଅଁର ଦିନିକିଆ ପରିଦର୍ଶନରେ ଆସି ଡ଼ାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିବା ସହିତ ସ୍ୱଚ୍ଛତା, ନିରାପତ୍ତା, ଆଲୋକ ଓ ଜଳ ଯୋଗାଣ ବ୍ୟବସ୍ଥା, କାର୍ଯ୍ୟାଳୟ, ବଗିଚା, ୱାର୍ଡ଼, ଔଷଧ ବିତରଣ ବ୍ୟବସ୍ଥା, ଷ୍ଟାଫ୍‍ କ୍ୱାଟର ଓ ପରିବେଶ ଆଦି ନୀରିକ୍ଷଣ କରିଥିଲେ। ଡ଼ାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧୀକାରୀ ଡ଼ା. ନାରାୟଣ ବେହେରା, ଡ଼ା ସନତ କୁମାର ଦାଶ, ବିଡ଼ିଏମ୍‍ କମଳଲୋଚନ ରଣା, ପିଏଚଇଓ ଦିପ୍ତିମୟୀ ଜେନା ଓ ରୋଗୀକଲ୍ୟାଣ ସଦସ୍ୟ ବସନ୍ତ କୁମାର ମହାପାତ୍ର ପରିଦର୍ଶନକାରୀ ଦଳଙ୍କୁ ସହଯୋଗ କରିଥିଲେ। ପ୍ରକାଶ ଥାଉ କି ପୂର୍ବବର୍ଷ ବିଶେଷଜ୍ଞ ଦଳ ମୂଲ୍ୟାଙ୍କନରେ ଏହି ଡ଼ାକ୍ତରଖାନା ଯୋଗ୍ୟ ବିବେଚିତ ହୋଇ ଏକ ଲକ୍ଷ ଟଙ୍କା ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ପୁରସ୍କାର ଭାବରେ ପାଇଥିଲା।

Leave A Reply