ସାପ କାମୁଡାରେ ଛାତ୍ର ମୃତ୍ୟୁ

0

ବଡ଼ସାହି : ଛେଳିଆ(କ) ପଞ୍ଚାୟତ, ଚାନ୍ଦଡିଆ ପ୍ରାଥମିକ ସ୍କୁଲ ଛାତ୍ରାବାସର ଅନ୍ତେବାସୀ ତଥା ୩ୟ ଶ୍ରେଣୀ ଛାତ୍ର ଲକ୍ଷ୍ମଣ ଚପରାସ(୯)ଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ମାଧପୁର ପଞ୍ଚାୟତ, ଚକମାଧପୁର ଗ୍ରାମର ଶ୍ରୀମାତ ଚପରାସଙ୍କ ପୁଅ ଲକ୍ଷ୍ମଣ ଛାତ୍ରାବାସରେ ରହି ପାଠପଢୁଥିଲେ। ତେବେ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡିବାରୁ ସ୍କୁଲ କତ୍ତୃର୍ପକ୍ଷ ତାଙ୍କୁ ପ୍ରଥମେ ବଡ଼ସାହି ଡାକ୍ତରଖାନାରେ ପରେ ବାରିପଦା ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣଙ୍କର ମୃତ୍ୟୁ ଘଟିଛି। ବଡ଼ସାହି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

Leave A Reply