ଘରୋଇ ଉପଚାରେ ଦୂର କରନ୍ତୁ ଅଣ୍ଟା ବିନ୍ଧା

0

ଅଣ୍ଟା ବିନ୍ଧା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏହା ଠାରୁ ମୁକ୍ତି ପାଇବା ନିମନ୍ତେ ସମସ୍ତେ ବିଭିନ୍ନ ଓøଷଧ ଓ ମଲମ ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ଅଣ୍ଟା ବିନ୍ଧାରୁ ମୁକ୍ତି ପାଇପାରିବା। ଆସନ୍ତୁ ସେ ବିଷୟରେ ଜାଣିବା।
ଅଦା ଚାହା – ଗୋଟେ କପ ପାଣି ଫୁଟାଇ ସେଥିରେ ଅଳ୍ପ ଚାହାପତି ଓ ୧ଚାମଚ ଅଦା ପକାଇ କିଛି ସମୟ ଫୁଟାଇ ଏକ କପରେ ଛାଣନ୍ତୁ। ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଏହାକୁ ନିୟମିତ ୭ଦିନ ପିଇଲେ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିଥାଏ।


ତୁଳସୀପତ୍ର – ପ୍ରତିଦିନ ଖାଲି ପେଟରେ ୬ରୁ୭ଟି ତୁଳସୀ ପତ୍ର ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।


ନଡ଼ିଆ ତେଲ – ନିୟମିତ ନଡ଼ିଆ ତେଲକୁ ଗରମ କରି ଅଣ୍ଟାରେ ଲଗାଇଲେ ମଧ୍ୟ ଏହା ଖୁବ ଉପକାର ପ୍ରଦାନ କରିଥାଏ।


କ୍ଷୀର – ନିୟମିତ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଦୂର ହୋଇଥାଏ।


ରସୁଣ – ନିୟମିତ ୧ମାସ ପର୍ଯ୍ୟନ୍ତ ୧ରୁ୨ଟି ରସୁଣ ପାଖୁଡ଼ା ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Leave A Reply