ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

0

କେନ୍ଦୁଝର: କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ସେକ ନଇଁମ୍ ନାମକ ଜଣେ ବ୍ୟକ୍ତି ନିଜ ୭ମାସର ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ ଚମ୍ପୁଆ ସ୍ୱାସ୍ଥ୍ୟକେନ୍ଦ୍ରରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଶିଶୁକୁ ୱାର୍ଡରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ର କୌଣସି ଚିକିତ୍ସା କରାଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭୋର ସମୟରେ ଶିଶୁଟିର ଅବସ୍ଥା ଅଧିକ ଗୁରୁତର ହେବା ସତ୍ତ୍ବେ ଡାକ୍ତର ଶିଶୁକୁ ଦେଖିବାକୁ ଆସିନଥିଲେ। ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି।

ଏ ଘଟଣାକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବା ପରେ ଚିକିତ୍ସାରେ କୌଣସି ଅବହେଳା କରାଯାଇ ନ ଥିବା ସେ କହିଛନ୍ତି। ଏହି ଘଟଣାରେ ଡାକ୍ତରଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଆଖି ଆଗରେ ରଖି ପୁଲିସ ପରିବାର ଲୋକଙ୍କୁ ଘରକୁ ପଠାଇ ଦେଇଥିବାର ଅଭିଯୋଗ ହୋଇଛି।

Leave A Reply