ରାମମନ୍ଦିର-‘ଏବେ ନୁହେଁ ତ କେବେ ନୁହଁ’ ମନୋଭାବ ନେଇ ନିର୍ମାଣ କରିବା ଦରକାର : ବାବା ରାମଦେବ

0

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସାରା ଦେଶରେ ଭିନ୍ନ ଭିନ୍ନ ମହଲରେ ବିଭିନ୍ନ ପ୍ରକାରର ମତ ପ୍ରକାଶ ପାଉଥିବା ବେଳେ ଯୋଗଗୁରୁ ବାବା ରାମଦେବ ତୁରନ୍ତ ରାମମନ୍ଦିର ନିର୍ମାଣ ସପକ୍ଷରେ ମତ ଦେଇଛନ୍ତି। ପୂର୍ବରୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ବାବା ରାମଦେବ ବାରମ୍ବାର ମନ୍ତବ୍ୟ ଦେଇ ଆସିଛନ୍ତି। ତେବେ ବର୍ତ୍ତମାନ ସେ କହିଛନ୍ତି ରାମ ମନ୍ଦିର ନିର୍ମାଣ ନ ହେଲେ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଏବେ ନୁହେଁ ତ କେବେ ନୁହଁ ଏହି ମନୋଭାବ ନେଇ ସରକାର କାମ କରିବା ଦରକାର। ବାରଣାସୀର ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ସେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ରାମମନ୍ଦିର ନିର୍ମାଣ ପାଇଁ ବୁଝାମଣା ଯୁଗର ଅନ୍ତ ଘଟିଛି। ସରକାର ସଂସଦରେ ଏକ ଅଧ୍ୟାଦେଶ ଆଣି ରାମ ମନ୍ଦିରର ନିର୍ମାଣ କରିବା ଦରକାର ବୋଲି ସେ କହିଛନ୍ତି।
ବାବ୍ରୀ ମସଜିଦର ସୁରକ୍ଷା ନେଇ ମୁସଲମାନ ମାନଙ୍କ ଦ୍ୱାରା କୋର୍ଟରେ ହୋଇଥିବା ଆବେଦନକୁ ନେଇ ବାବା ରାମଦେବ କହିଛନ୍ତି, ଭାରତ ଏକ ଶାନ୍ତିପୁର୍ଣ୍ଣ ଓ ଅଂହିସାର ଦେଶ। ତେଣୁ ଦେଶରେ ହିନ୍ଦୁ, ମୁସଲମାନ ସମସ୍ତେ ସୁରକ୍ଷିତ। ଦୀର୍ଘ ୨୫ ବର୍ଷ ଧରି ଲୋକମାନେ ରାମମନ୍ଦିର ନିର୍ମାଣକୁ ଅପେକ୍ଷା କରିଛନ୍ତି। ତେଣୁ ସରକାର ତୁରନ୍ତ ଏହାର ନିର୍ମାଣ କରିବା ଦରକାର।

Leave A Reply