‘ଆଭେଞ୍ଜର-୪’ର ଟ୍ରେଲର ରଚିଲା ଇତିହାସ

0

ନୂଆଦିଲ୍ଲୀ : କିଛିଦିନ ହେବ ରୋବର୍ଟ ଡାଉନୀଙ୍କ ଅଭିନୀତ ହଲିଉଡ୍ ଚଳଚ୍ଚିତ୍ର ‘ଆଭେଞ୍ଜର-୪’ର ଟ୍ରେଲର ମୁକ୍ତିଲାଭ କରିଥିଲା। ମୁକ୍ତିଲାଭ କରିବାର କିଛି ଦିନ ମଧ୍ୟରେ ଦର୍ଶକ ମାନେ ଏହାକୁ ବେଶ୍ ପସନ୍ଦ କରିଥିବା ଦେଖାଯାଇଛି। ଏହି ଚଳଚ୍ଚିତ୍ରର ଟ୍ରେଲର ନୂଆ ଇତିହାସ ରଚିଛି। ଟ୍ରେଲର ମୁକ୍ତିଲାଭ କରିବାର ୨୪ଘଣ୍ଟା ମଧ୍ୟରେ ୨୮୯ମିଲିୟନ ଥର ଦର୍ଶକ ଏହାକୁ ଦେଖିସାରିଛନ୍ତି। ଯାହା ଚଳଚ୍ଚିତ୍ର ଜଗତରେ ପ୍ରଥମ ଥର ହୋଇଛି। ମାର୍ବଲ ଷ୍ଟୁଡିଓ ଏନେଇ ଟ୍ୱିଟ୍ କରି ନିଜ ପ୍ରଶଂସକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି ଇତିହାସରେ ପ୍ରଥମ ଥର ଏହି ଚଳଚ୍ଚିତ୍ରର ଟ୍ରେଲରକୁ ୨୪ଘଣ୍ଟାରେ ୨୮୯ମିଲିୟନ ଥର ଦେଖାଯାଇଛି। ସେଥିପାଇଁ ଆମେ ପ୍ରଶଂସକ ମାନଙ୍କୁ ଧନ୍ୟବାଦ ଜଣାଉଛୁ। ଆଭେଞ୍ଜରର ପ୍ରତିଭାଗ ଭଳି ଏହି ଭାଗରେ ମଧ୍ୟ କିଛି ନୂଆ ଦେଖିବାକୁ ମିଳିବ ବୋଲି ଦର୍ଶକମାନେ ଆଶା ବ୍ୟକ୍ତ କରିଛନ୍ତି। ରିଲିଜ ହୋଇଥିବା ୨ମିନିଟ୍ ୨୫ସେକେଣ୍ଡର ଏହି ଟ୍ରେଲରରେ ଡାଉନୀ ଫିଲ୍ମ ଆରମ୍ଭର ଦୁଇଟି ସିନ୍ ରେ ନଜର ଆସିଛନ୍ତି। ଆଭେଞ୍ଜରର ପ୍ରତିଭାଗ ଭଳି ‘ମାର୍ବଲ ସିନେମାଟିକ ୟୁନିଭର୍ସ’ ବ୍ୟାନରରେ ନିର୍ମାଣ ହୋଇଛି ଆଭେଞ୍ଜରର ଚତୁର୍ଥ ଭାଗ। ଖବର ଅନୁସାରେ ବହୁଦିନ ହେବ ପ୍ରଶଂସକ ମାନେ ଏହାର ଟ୍ରେଲର ଦେଖିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଥିଲେ।  ଆନ୍ଥୋନି ରୁଶୋ ଏବଂ ଜୋ ରୁଶୋଙ୍କ ନିର୍ଦେଶନାରେ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ୨୦୧୯ ମଇ ମାସରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Leave A Reply