ଅଟୋ ଓଲଟି ୧ମୃତ, ୧୭ଆହତ

0

ବ୍ରହ୍ମପୁର: ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହେବା ସହ ୧୭ଜଣ ଆହତ ହୋଇଥିବା ଜଣା ପଡିଛି। ଆହତ ମାନଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜିରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣା ପଡିଛି। ମୃତକ ଜଣଙ୍କ ହେଉଛନ୍ତି ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମର କାଳୁ ଦାସ। ଆଜି ସକାଳ ୮.୩୦ସମୟରେ ସାନଖେମୁଣ୍ଡି ଅଞ୍ଚଳର ଭୁଡିକି, ତୁଳସୀପଦର ଗ୍ରାମର କିଛି ଲୋକ ଦିନମଜୁରିଆ ଭାବେ କାମ କରିବା ପାଇଁ ଏକ ଡାଲା ଅଟୋରେ ବ୍ରହ୍ମପୁର ଯାଉଥିଲେ। ହଠାତ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଘଟଣା ସ୍ଥଳରେ କାଳୁ ଦାସଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବଡ ମେଡିକାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply