ଭାରତ-ଅଷ୍ଟ୍ରେଲିଆ : ଦ୍ୱିତୀୟ ଟି-୨୦ ବାତିଲ

0

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଆନ୍ତର୍ଜାତିକ ଟି-୨୦ କ୍ରିକେଟ୍‍ ମ୍ୟାଚ୍‍କୁ ବାତିଲ କରିଦିଆଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍‍କୁ ବାତିଲ କରିଦିଆଯାଇଛି। ତେବେ ଶୁକ୍ରବାର ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‍ରେ ୧୩୨ ରନ୍‍ ସଂଗ୍ରହ କରିଥିଲା। ୧୯ ଓଭରର ଖେଳ ଚାଲିଥିବାବେଳେ ବର୍ଷାଯୋଗୁଁ ଖେଳ ବନ୍ଦ୍‍ ରହିଥିଲା। ପରେ ଡ଼କ ୱାର୍ଥ ଲୁଇସ ପଦ୍ଧତି ଅନୁସାରେ ଭାରତପାଇଁ ୧୯ ଓଭର୍‍ରେ ୧୩୭ ରନ୍‍ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ପରେ ଏହି ଧାର୍ଯ୍ୟ ଲକ୍ଷ୍ୟକୁ ୧୧ ଓଭର୍‍ରେ ୯୦ ରନ୍‍କୁ ପରିବର୍ତ୍ତିତ କରାଯାଇଥିଲା। କିିନ୍ତୁ ପୁନର୍ବାର ବର୍ଷା ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟକୁ ପରିବର୍ତ୍ତିତ କରାଯାଇଥିଲା। ଏହାକୁ ୫ ଓଭର୍‍ରେ ୪୬ ରନ୍‍ ରଖାଯାଇଥିଲା। ତେବେ ବର୍ଷା ବନ୍ଦ ନ ହେବାରୁ ଶେଷରେ ମ୍ୟାଚ୍‍ ବାତିଲ୍‍ କରାଯାଇଥିଲା। ରବିବାର ଦିନ ସିଡ୍‍ନୀରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‍ ଖେଳାଯିବ।

Leave A Reply