ଅହଂକାର ଜୀବନରେ କୁପ୍ରଭାବ ପକାଇ ଥାଏ

0

ଅହଂକାରର ବ୍ୟକ୍ତି ମନରୁ ଉତ୍ପନ ହୋଇଥାଏ। ବେଳେବେଳେ ଅହଂକାର ବଢିଗଲେ ବ୍ୟକ୍ତିର ବ୍ୟବହାର ପରିବର୍ତ୍ତନ ହୋଇ ଯାଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବୃହସ୍ପତି ଓ ଚନ୍ଦ୍ରମାଙ୍କ କାରଣରୁ ମନୁଷ୍ୟ ମନରେ ଅହଂକାର ସୃଷ୍ଟି ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ ଜାତରେ ଚନ୍ଦ୍ର ଓ ବୃହସ୍ପତିଙ୍କ ସ୍ଥିତି ଖରାପ ରହିଥାଏ ସେଠାରେ ଅହଂକାରର ଜାତ ହୋଇଥାଏ। ମେଷ, ସିଂହ ଓ ଧନୁ ରାଶିର ବ୍ୟକ୍ତିମାନେ ଅହଂକାର ଦେଖାଇ ଥାଆନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ମଧ୍ୟ ଅହଂକାରର କାରକ ହୋଇ ଥାଆନ୍ତି। ଏହି କାରଣରୁ ଅହଂକାର କରୁଥିବା ବ୍ୟକ୍ତିଙ୍କ ସନ୍ତାନମାନେ କେବେ ବି ଜୀବନରେ ଉନ୍ନତି କରି ପାରିନଥାଆନ୍ତି।

ଜନ୍ମ ଜାତକରେ ଚନ୍ଦ୍ରମାଙ୍କ ସ୍ଥିତି ଖରାପ ରହିଥିଲେ ଅହଂକାର ସୃଷ୍ଟି ହୋଇଥାଏ। ଏହି କାରଣରୁ ବ୍ୟକ୍ତି ନିଜ କର୍ମକୁ ନେଇ ଅନ୍ୟମାନଙ୍କ ସମ୍ମୁଖରେ ଅହଂଭାବ ପ୍ରଦର୍ଶନ କରିଥାଏ। କର୍କଟ, ବୃଷ ଓ ମୀନ ରାଶିର ବ୍ୟକ୍ତିମାନେ ଅଧିକାଂଶ ଅହଂକାରର ଶିକାର ହୋଇ ଥାଆନ୍ତି। ଅହଂକାର କରୁଥିବା ବ୍ୟକ୍ତି ଅଳ୍ପ ସମୟ ପାଇଁ ଅନ୍ୟ ଆଗରେ ଅହଂକାର ଦେଖାଇଥାଏ। କିନ୍ତୁ ସେ ଅହଂକାର କରିବା ଦ୍ବାରା ନିଜ ଭାଗ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଏପରି ହେବା ଦ୍ବାରା ଅହଂକାର କରୁଥିବା ବ୍ୟକ୍ତି ଧିରେ ଧିରେ ନୀଚ୍ଚ ସ୍ତରକୁ ଖସି ଆସିଥାଏ।

ଅହଂକାର କରୁଥିବା ବ୍ୟକ୍ତି ନିଜକୁ ସର୍ବଦା ଶକ୍ତିଶାଳୀ ଓ ଉଚ୍ଚ ପଦାଧିକାରୀ ଭାବି ଥାଆନ୍ତି। ସମସ୍ତ କ୍ଷେତ୍ରରେ ନିଜକୁ ପାରଙ୍ଗମ ବୋଲି ମନେ କରିଥାଆନ୍ତି। ଅହଂକାର କରିବା ଦ୍ବାରା ମନୁଷ୍ୟର ସର୍ବଦା କ୍ଷତି ହୋଇଥାଏ। ଏହାଦ୍ବାରା ବେଳେବେଳେ ଗୁରୁଜନମାନଙ୍କ ରାଗର ଶିକାର ହେବାକୁ ପଡିଥାଏ। ଆଶୀର୍ବାଦ ମିଳିବା ପରିବର୍ତ୍ତେ ସେମାନଙ୍କୁ ଗୁରୁଜନମାନେ ଅଭିଶାପ ବା ଗାଳି ଦେଇ ଥାଆନ୍ତି। ତେଣୁ ଅହଂକାର କରନ୍ତୁ ନାହିଁ। କାହାକୁ କଷ୍ଟ ହେଲା ପରି କଥା କୁହନ୍ତୁ ନାହିଁ। ଅହଂକାର ଦ୍ବାରା ମନୁଷ୍ୟ ନିଜର ପ୍ରିୟଜନ ମାନଙ୍କୁ ହରାଇ ଦେଇଥାଏ।  

Leave A Reply