ହାଜତରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

0

କଟକ: ଗୁରୁବାର ଜଣେ ବିଚାରଧୀନ କଏଦୀ ଟାଙ୍ଗୀ ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୋକୁଳପୁର ଉତ୍ତରସାହିର ବଳରାମ ନାୟକ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଗତ ୨୮ରେ ଗିରଫ ହୋଇଥିଲା । ଆଜି ଏକ ଧାରୁଆ ଛୁରୀରେ ନିଜ ତଣ୍ଟି କାଟି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୁଲିସ କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

Leave A Reply