ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସାମ୍ବାଦିକଙ୍କ ନୀରବ ଧାରଣା

0

ଭୁବନେଶ୍ବର: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରାଜ୍ୟରେ ଅସୁରକ୍ଷିତ। ସାରା ରାଜ୍ୟରେ ଗତ କିଛି ଦିନ ହେଲା ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢି ଚାଲିଛି। ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରାଯାଇଛି। ଏହାକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଦିନ ଭୁବନେଶ୍ବରର ଲୋୟର ପିଏମଜି ଛକରେ ଭୁବନେଶ୍ବରର ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ପ୍ରତିବାଦ ଓ ସୁରକ୍ଷା ପାଇଁ ଆଇନ ଆଣିବା ଦାବିରେ ନିରବ ଧାରଣା ଦିଆଯାଇଛି। ଏହି ଧାରଣାରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସାମିଲ ହୋଇଛନ୍ତି। ସେମାନେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ ଆଣିବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ବାଲିଆପାଳ, ପୁରୀରେ କିଛି ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply