ଆଠଗଡରେ ମାତ୍ର ଦେଢ଼ ମିନିଟରେ ତିତ୍‍ଲିର ତାଣ୍ଡବ ; ଅଳ୍ପକେ ବଞ୍ଚିଲେ ବୃଦ୍ଧ

0

ଆଠଗଡ : ଗୁରୁବାର ସକାଳ ପ୍ରାୟ ୧୨ଟା ବେଳେ ଆଠଗଡର ଯୋରନ୍ଦା ପଞ୍ଚାୟତର ହରିଜନ ସାହିରେ ବହୁ ଚାଳଛପର ଘର ଛାରଖାର ହେବା ସହ ଏକାଧିକ ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି । ହରିପୁର, ଗୋପୀନାଥପୁର ଓ ଈଶ୍ୱରା ଗ୍ରାମରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପବନର ପ୍ରଭାବ ଫଳରେ ଏକ ବୃଦ୍ଧ ଲୋକଙ୍କ ଉପରେ ଡାଳ ପଡିଯିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply