ଅସିତ ତ୍ରିପାଠୀ ନୂତନ ଉନ୍ନୟନ କମିଶନର

0

ଭୁବନେଶ୍ବର : ଅସିତ ତ୍ରିପାଠୀ ହେଲେ ରାଜ୍ୟର ନୂତନ ଉନ୍ନୟନ କମିଶନର । ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କ ସ୍ଥାନରେ ଶ୍ରୀ ତ୍ରିପାଠୀଙ୍କୁ ଏହି ନିଯୁକ୍ତି ମିଳିଛି। ଉନ୍ନୟନ କମିଶନର ସହିତ ସେ ଗୃହ ବିଭାଗର ଏସିଏସ ଅତିରିକ୍ତ ଦାୟିତ୍ବରେ ରହିବେ। ଭାରତୀୟ ପ୍ରଶାସନିକ ଅଧିକାରୀ ଭାବରେ ତାଙ୍କର ୩୦ ବର୍ଷ ଅଭିଜ୍ଞତା ରହିଛି। ସେ ୨୦୧୫ ଏପ୍ରିଲ ୨୨ରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସୂଚନାଯୋଗ୍ୟ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି।

Leave A Reply