କୁସ୍ତିରେ ଦିବ୍ୟାଙ୍କୁ ବ୍ରୋଞ୍ଜ୍‍

0

ଜାକର୍ତ୍ତା : ଚଳିତ ୧୮ଶ ଏସୀୟ କ୍ରୀଡ଼ାରେ ବିନେଶ ଫୋଗତ ମହିଳା କୁସ୍ତିରେ ଦେଶକୁ ପ୍ରଥମ ପଦକ ଜିତାଇବାର ଦିନକ ପରେ ଭାରତର ଦିବ୍ୟା କାକ୍ରାନ୍‍ ମହିଳା କୁସ୍ତିରେ ଏକ ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ମହିଳା ୬୮ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଦିବ୍ୟା ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ଦିଲ୍ଲୀର ଦିବ୍ୟା କାକ୍ରାନ୍‍ ସିଧାସଳଖ କ୍ୱାର୍ଟରଫାଇନାଲରେ ଲଢ଼ିଥିଲେ ହେଁ କ୍ୱାର୍ଟରରେ ତାଙ୍କୁ ମଙ୍ଗୋଲିଆର ପହିଲମାନ ପରାସ୍ତ କରିଥିଲେ। ତେବେ ରିପେଚେଜ୍‍ ରାଉଣ୍ଡ ଜରିଆରେ ଦିବ୍ୟା ବ୍ରୋଞ୍ଜ୍‍ପଦକ ଲଢ଼େଇରେ ଭାଗ ନେଇଥିଲେ। ଏଥିରେ ଦିବ୍ୟା ସହଜରେ ଚାଇନିଜ୍‍ ତାଇପେର ଚେନ୍‍ ୱେନ୍‍ଲିଙ୍ଗ୍‍ଙ୍କୁ ୧୦-୦ରେ ପରାସ୍ତ କରିଥିଲେ।

Leave A Reply