ରୋଇଂ ଫାଇନାଲରେ ଦୁଷ୍ୟନ୍ତ

0

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ଲାଇଟ୍‍ୱେଟ୍‍ ସିଙ୍ଗଲ୍‍ ସ୍କଲ୍‍ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଦୁଷ୍ୟନ୍ତ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ହିଟ୍‍ରେ ଦୁଷ୍ୟନ୍ତ ୭ ମିନିଟ୍‍ ୪୩.୦୮ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ହାସଲ କରିବା ସହ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ପୁୁରୁଷ ଲାଇଟ୍‍ୱେଟ୍‍ ସ୍କଲ୍‍ସ ଦଳଗତ ବିଭାଗରେ ଭାରତର ସରୱାନ୍‍ ସିଂହ, ଓମ୍‍ପ୍ରକାଶ, ସୁଖମିତ୍‍ ସିଂହ ଓ ଦାତ୍ତୁ ଭୋକାନାଲ୍‍ ୬ ମିନିଟ୍‍ ୧୫.୧୮ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ହାସଲ କରିବା ସହ ଫାଇନାଲରେ ପ୍ରବେଶ କରିଥିଲେ। ପୁରୁଷ ଲାଇଟ୍‍ୱେଟ୍‍ ଡବଲ୍‍ ସ୍କଲ୍‍ରେ ରୋହିତ କୁମାର ଓ ଭଗବାନ ସିଂହ ୬ ମିନିଟ୍‍ ୫୭.୭୫ ସେକେଣ୍ଡରେ ରେସ୍‍ ସଂପୂର୍ଣ୍ଣ କରି ରିପ୍‍ଚେଜ୍‍ ରାଉଣ୍ଡ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲେ। ଭାରତୀୟ ମହିଳା ଦଳଗତ ବିଭାଗରେ ଓଡ଼ିଶାର ସଂଯୁକ୍ତା ଡୁଙ୍ଗଡୁଙ୍ଗ, ଅନୁ, ନବନୀତ କୌର୍‍ ଓ ୟାମିନି ସିଂହ ୭ ମିନିଟ୍‍ ୫୭.୩୩ ସେକେଣ୍ଡରେ ରେସ୍‍ ଶେଷ କରି ରିପ୍‍ଚେଜ୍‍ ରାଉଣ୍ଡ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲେ।

Leave A Reply