୪୦୦ମି. ଫାଇନାଲରେ ଅନାସ୍‍ ଓ ରାଜୀବ

0

ଜାକର୍ତ୍ତା : ଏସୀୟ କ୍ରୀଡ଼ାରେ ପୁରୁଷ ୪୦୦ ମିଟର ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି ଦୁଇ ଭାରତୀୟ ଧାବକ ମହମ୍ମଦ ଅନାସ୍‍ ୟାହିୟା ଓ ରାଜୀବ ଆରୋକିଆ। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ମହମ୍ମଦ ଅନାସ୍‍ ୪୫.୩୦ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଥିବା ୮ ଜଣ ଧାବକଙ୍କ ମଧ୍ୟରେ ଅନାସ୍‍ଙ୍କ ଟାଇମିଂ ୪୫.୩୦ ସେକେଣ୍ଡ ହେଉଛି ସର୍ବଶ୍ରେଷ୍ଠ। ପୁଣି ପ୍ରଥମ ସେମିଫାଇନାଲରେ ୪୬.୦୮ ସେକେଣ୍ଡ ସମୟ ନେଇ ରାଜୀବ ଆରୋକିଆ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫାଇନାଲରେ ପ୍ରବେଶ କରିଥିବା ୮ ଜଣ ଧାବକଙ୍କ ମଧ୍ୟରେ ରାଜୀବଙ୍କ ଟାଇମିଂ ହେଉଛି ୬ଷ୍ଠ। ପୂର୍ବରୁ ସକାଳେ ହୋଇଥିବା ହିଟ୍‍ସରେ ମହମ୍ମଦ ଅନାସ୍‍ ହିଟ୍‍-୧ରେ ୪୫.୬୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନରେ ରହିଥିଲେ। ସେହିପରି ହିଟ୍‍-୪ରେ ରାଜୀବ ଆରୋକିଆ ୪୬.୮୨ ସେକେଣ୍ଡ ସମୟ ନେଇ ମୋଟ ୧୬ ଜଣ ଧାବକଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଥିଲେ।

Leave A Reply