ଆରମ୍ଭ ହେଲା ଏସିଆ କପ, ୧୯ରେ ଭାରତ ପାକିସ୍ତାନ ମ୍ୟାଚ ଉପରେ ସମସ୍ଥଙ୍କ ନଜର

0

ଦୁବାଇ : ଏସିଆକପକୁ ବହୁତ ଦିନ ହେବ ଦର୍ଶକମାନେ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ସେମାନଙ୍କର ଅପେକ୍ଷାର ଅନ୍ତଃ ଘଟିଛି। ଏସିଆ ମହାଦେଶର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଏସିଆକପ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଏହାର ପ୍ରଥମ ମ୍ୟାଚ ବଙ୍ଗଳାଦେଶ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଛି। ଦର୍ଶକମାନଙ୍କର ମୂଖ୍ୟ ନଜର ଭାରତ-ପାକିସ୍ତାନ ମ୍ୟାଚ ଉପରେ ରହିବ। ସବୁସମୟରେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ ରୋମାଞ୍ଚକର ହୋଇଆସିଛି। ସେହିଭଳି ଏହି ବର୍ଷ ମଧ୍ୟ ରୋମାଞ୍ଚକର ହେବ ବୋଲି ଦର୍ଶକ ମାନେ ଆଶା କରୁଛନ୍ତି। ଏହି ବିଶ୍ୱକପରେ ଭାରତ ତାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ସେପ୍ଟେମ୍ବର ୧୯ତାରିଖରେ ଭେଟିବ।

ସବୁସମୟରେ ଏହି ମ୍ୟାଚ ଦେଖିବାପାଇଁ କେବଳ ଭାରରତରେ ନୁହେଁ ସାରା ବିଶ୍ୱରେ ଲୋକ ମାନଙ୍କ ମଧ୍ୟରେ ଅନେକ ଆଗ୍ରହ, ଉଦ୍ଦୀପନା ଭରି ରହିଥାଏ। ସବୁଠାରୁ ରୋମାଞ୍ଚକର କଥା ହେଉଛି ବିଶ୍ୱର ଯେକøଣସି ମ୍ୟାଚ ହେଉନା କାହିଁକି ମାତ୍ର ଭାରତ ପାକିସ୍ତାନ ମ୍ୟାଚରେ ଦର୍ଶକ ମାନଙ୍କ ମଧ୍ୟରେ ଯେଉଁ ଆଗ୍ରହ ରହିଥାଏ ତାହା ଅନ୍ୟମ୍ୟାଚରେ ଦେଖିବାକୁ ମିଳି ନଥାଏ। ଅନ୍ୟ ମ୍ୟାଚ ତୁଳନାରେ ଭାରତ-ପାକିସ୍ତାନ ମ୍ୟାଚରେ ମଧ୍ୟ ସବୁଠାରୁ ଅଧିକ ଟିକଟ ବିକ୍ରି ହେବାର ଦେଖାଯାଏ।

ଆଜି ପର୍ଯ୍ୟନ୍ତ ଖେଳାଯାଇଥିବା ଭାରତ ପାକିସ୍ତାନ ମ୍ୟାଚ
ଭାରତ ତାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ ୫୯ଟି ଟେଷ୍ଟ, ୧୨୯ଟି ଏକଦିବସୀୟ ଏବଂ ୦୮ ଟି-୨୦ ମ୍ୟାଚ ଖେଳିଛି। ୫୯ଟି ଟେଷ୍ଟରୁ ୧୨ଟି ମ୍ୟାଚରେ ପାକିସ୍ତାନ ବିଜୟ ଲାଭ କରିଥିବାବେଳେ ୦୯ଟି ମ୍ୟାଚରେ ଭାରତ ବିଜୟ ଲାଭ କରିଛି ଏବଂ ୩୮ଟି ମ୍ୟାଚ ଡ୍ର କିମ୍ବା ବାତିଲ ହୋଇଛି।
ସେହିଭଳି ଉଭୟ ଦେଶ ଆଜି ପର୍ଯ୍ୟନ୍ତ ୧୨୯ ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି ଯେଉଁଥିରୁ ପାକିସ୍ତାନ ୭୩ଟି ମ୍ୟାଚ ଜିତିଛି ଏବଂ ଭାରତ ୫୨ଟି ମ୍ୟାଚରେ ବିଜୟ ଲାଭ କରିଛି ଏବଂ ୦୪ଟି ମ୍ୟାଚ ଡ୍ର ହୋଇଛି।
ଦୁଇ ଦେଶ ମଧ୍ୟରେ ଆଜି ପର୍ଯ୍ୟନ୍ତ ୦୮ଟି, ଟି-୨୦ ମ୍ୟାଚ ଖେଳାଯାଇଛି ଯେଉଁଥିରୁ ଭାରତ ୦୬ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ମାତ୍ର ଗୋଟିଏରେ ବିଜୟଲାଭ କରିଛି ଏବଂ ଗୋଟିଏ ମ୍ୟାଚ ଡ୍ର ହୋଇଛି।
ଏସିଆକପ୍‍ରେ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ
ଏସିଆକପରେ ଉଭୟ ଦେଶ ପରସ୍ପରକୁ ୧୧ଟି ଏକଦିବସୀୟ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି। ଯେଉଁଥିରୁ ୪ଟିରେ ଭାରତ ବିଜୟ ଲାଭ କରିଥିବାବେଳେ ୦୬ଟି ମ୍ୟାଚରେ ପାକିସ୍ତାନ ବିଜୟଲାଭ କରିଛି। ଗୋଟିଏ ମ୍ୟାଚ ଡ୍ର ହୋଇଛି। ସେହିଭଳି ଉଭୟ ଦେଶ ଏସିଆକପରେ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁ ମ୍ୟାଚରେ ଭାରତୀୟ ଦଳ ବିଜୟଲାଭ କରିଛି।

ଭାରତ-ପାକିସ୍ତାନ ମହତ୍ୱପୂର୍ଣ୍ଣ ରେକର୍ଡ
ବ୍ୟାଟିଙ୍ଗ : ଏସିଆ କପରେ ଭାରତ ତରଫରୁ ବିରାଟ କୋହଲି ସମୁଦାୟ ୪୫୯ରନ୍‍ କରିଛନ୍ତି। ମାତ୍ର ଏହି ଏସିଆ କପ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ଯେଉଁଥିପାଇଁ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିବେ। ସେହିଭଳି ପାକିସ୍ତାନ ପକ୍ଷରୁ ମହମ୍ମଦ ହାଫିଜ ସର୍ବାଧିକ ରନ୍‍ କରିଛନ୍ତି। ସୂଚନା ଅନୁସାରେ ସେ ମଧ୍ୟ ଏହି ଏସିଆ କପ ଖେଳିବେନି। ଏସିଆ କପରେ କୋହଲିଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ୧୮୩ରନ୍‍ ରେକର୍ଡ ରହିଛି। ଯାହା ସେ ୨୦୧୨ ମସିହାରେ ପାକିସ୍ତାନ ବିରୁଦ୍ଧରେ କରିଥିଲେ। ସେହିଭଳି ଏମ ଏସ ଧୋନି ମଧ୍ୟ ୯୫.୧୬ ପ୍ରିଶତରେ ରନ୍‍ କରିଛନ୍ତି।

ବୋଲିଂଗ : ବର୍ତ୍ତର୍ମାନ ପର୍ଯ୍ୟନ୍ତ ଭୁବନେଶ୍ୱର କୁମାର ଭାରତ ପାଇଁ ବୋଲିଂଗ ରେ ଭଲ ପଦର୍ଶନ କରିଛନ୍ତି। ସେ ୭ଟି ମ୍ୟାଚରୁ ଭାରତପାଇଁ ୧୧ଟି ୱିକେଟ ନେଇଛନ୍ତି। ସେହିଭଳି ଇଶାନ୍ତ ଶର୍ମା(୧୧), ରବିନ୍ଦ୍ର ଜାଡେଜା(୧୦) , ରବି ଚନ୍ଦ୍ରନ ଅଶ୍ୱିନି(୧୦) ଟି ଲେଖାଏ ୱିକେଟ ନେଇଛନ୍ତି। ଇରଫାନ ପଠାନ ୨୦୦୪ମସିହାରେ ସର୍ବାଧିକ ୧୪ଟି ୱିକେଟ ନେଇଥିଲେ।
ପାକିସ୍ତାନ ପକ୍ଷରୁ ସାଇଦ ଆଜମଲ ଭାରତ ବିରୁଦ୍ଧରେ ଏସିଆକପରେ ସର୍ବାଧିକ ୨୦ଟି ୱିକେଟ ନେଇଛନ୍ତି। ସେହିଭଳି ଜୁନେଦ ଖାନ୍‍(୯) ଏବଂ ମହମ୍ମଦ ହାଫିଜ୍‍(୭)ଟି ଲେଖାଏ ୱିକେଟ ନେଇଛନ୍ତି।

Leave A Reply