ଏସିଆ କପ୍‍ କ୍ରିକେଟ : ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ

0

ଦୁବାଇ: ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାରଠାରୁ ଦୁବାଇରେ ଆରମ୍ଭ ହେଉଛି। ମୋଟ ଛ’ଟି ଦଳ ଏହି ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଭାଗ ନେଉଛନ୍ତି। ଗ୍ରୁପ-ଏ’ରେ ଗତବର୍ଷର ଚମ୍ପିୟନ ଭାରତ ସହିତ ପାକିସ୍ତାନ ଓ ହଂକଂ ଥିବାବେଳେ ଆଫଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଗ୍ରୁପ୍‍-ବି’ରେ ଅଛନ୍ତି। ପ୍ରତ୍ୟେକ ଗ୍ରୁପ୍‍ର ଶ୍ରେଷ୍ଠ ଦୁଇଟି ଦଳ ସୁପର-ଫୋର୍‍ ପର୍ଯ୍ୟାୟକୁ ଉନ୍ନିତ ହେବେ ଏବଂ ସେମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍‍କୁ ପ୍ରବେଶ ପରିବେ।
ଟୁର୍ଣ୍ଣାମେଣ୍ଟର ଉଦ୍‍ଘାଟନୀ ମ୍ୟାଚରେ ଶନିବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ମଙ୍ଗଳବାର ଦିନ ହଂକଂ ସହିତ ପ୍ରଥମ ମ୍ୟାଚ୍‍ ଖେଳିବ । ତା’ ପରଦିନ ପାକିସ୍ତାନ ସହିତ ଭାରତ ଦ୍ୱିତୀୟ ମ୍ୟାଚ୍‍ ଖେଳିବ।

Leave A Reply