ବ୍ରହ୍ମପୁରରୁ ଲୁଟେରା ଗ୍ୟାଙ୍ଗ ଗିରଫ

0

ବ୍ରହ୍ମପୁର: ବ୍ରହ୍ମପୁର ସହର ସମେତ ଗୋପାଳପୁର, ହିଞ୍ଜିଳିକାଟୁ ଆଦି ଅଞ୍ଚଳରେ ସୁନା ଚେନ୍ ଲୁଟ୍ କରି ଆତଙ୍କ ସୃଷ୍ଟି କରିଥିବା ଲୁଟେରା ଗ୍ୟାଙ୍ଗ ପୁଲିସ ହାତରେ ଧରାପଡ଼ିଛନ୍ତି । ବିଭିନ୍ନ  ସମୟରେ ଏହି ଲୁଟେରା ମାନେ ସୁନା ଚେନ୍ ଲୁଟ୍ କରୁଥିବା ବେଳେ ଜଣେ ବୁଲା ବିକାଳିଙ୍କ ଠାରୁ ୨କିଲୋ ଓଜନର ରୂପା ପାଉଞ୍ଜି ମଧ୍ୟ ଲୁଟି ନେଇଥିଲେ । ଦୁଇ ମାସ ଧରି ଆତଙ୍କ ଖେଳିଇଥିବା ଏହି ଲୁଟେରା ମାନଙ୍କୁ ଶେଷରେ ସଦର ଥାନା ପୁଲିସ ଧରିବାରେ ସଫଳ ହୋଇଛି । ପୁଲିସ ସେମାନଙ୍କ ଠାରୁ ସୁନା, ରୂପା, ଅଳଙ୍କାର ସହ ପିସ୍ତଲ, ଛୁରୀ ଓ ଗୋଟିଏ ଗୁଳି ଜବତ କରିଛି । ଏହା ସହ ସେମାନେ ବ୍ୟବହାର କରିଥିବା ଦୁଇଟି ମୋଟର ସାଇକେଲ ମଧ୍ୟ ପୁଲିସ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶିବ ମହାନ୍ତି(୩୮), ସୁରଜ ପାଢୀ(୨୭), ଅମିତ୍ ଦାସ୍ ଓରଫ ବିଟୁ(୩୧) ଓ ସନ୍ତୋଷ ପାତ୍ର ଓରଫ ବାବୁନା(୨୮)। ବ୍ରହ୍ମପୁର ସଦର ଥାନା ଗୋପାଳପୁର ଥାନା, ବି.ଏନ୍.ପୁର ଥାନା, ଜରଡା ଥାନା ଓ ହିଞ୍ଜିଳୀ ଥାନାରେ ଏମାନଙ୍କ ନାମରେ ଏକାଧିକ ମାମଲା ରହିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply