ଜୁଆ ଆଡ୍ଡାରେ ଚଢଉ; ୭ ଗିରଫ

0

ବ୍ରହ୍ମପୁର: ଚମାଖଣ୍ଡି ପୁଲିସ ଜୁଆ ଆଡ୍ଡା ଉପରେ ଚଢଉ କରି ୭ଜଣଙ୍କୁ ଗିରଫ କରିଛି। ଚମାଖଣ୍ଡି ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମ ନିକଟରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚମାଖଣ୍ଡି ଥାନା ପୁଲିସ ଉକ୍ତ ସ୍ଥାନରେ ଚଢଉ କରିଥିଲା । ସେଠାରୁ ୭ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୨୩ହଜାର ୩୭୦ଟଙ୍କା, ୭ଟି ବାଇକ୍ ଓ ତାସ୍ ଜବତ କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଚମାଖଣ୍ଡି ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Leave A Reply