ଟ୍ରେନ୍‍ରୁ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ୩ କ୍ୱିଣ୍ଟାଲ ରୁପା ଜବତ

0

ଜୟପୁର : ଦିଲ୍ଲୀରୁ ଅହମଦାବାଦ ଯାତ୍ରା କରୁଥିବା ଆଶ୍ରମ ଏକ୍ସପ୍ରେସରୁ ରବିବାର ପୂର୍ବାହ୍ଣରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ୩ କ୍ୱିଣ୍ଟାଲରୁ ଅଧିକ ପରିମାଣର ରୁପା ଜବତ କରାଯାଇଛି। ଝୋଟ ଅଖା ଓ କାର୍ଟୁନ ପ୍ୟାକେଟ୍‍ରେ ଭର୍ତ୍ତି କରାଯାଇ ଏ ସବୁକୁ ପାର୍ସଲ ବଗିରେ ରଖାଯାଇଥିଲା।
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ଅନୁସାରେ ଜୟପୁର-ଆଜମେର ମଝିରେ ବେୱର ଷ୍ଟସନରୁ ଏହି ସୁନା-ରୁପା ଓ ଟଙ୍କା ଜବତ କରାଯାଇଛି। ଜୟପୁର ଏଟିଏସ୍‍ ଦଳ ଦ୍ୱାରା ଏହି ସବୁ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ଏଟିଏସ୍‍ ଦଳ ପାର୍ସଲ ବଗିରେ ପହଞ୍ଚି ସମସ୍ତ ପ୍ୟାକେଟ୍‍ ଯାଞ୍ଚ କରିଥିଲା। ସେଥିମଧ୍ୟରୁ ୧ କୋଟି ନଗଦ ଟଙ୍କା, ସୁନା ଓ ୩ କ୍ବିଣ୍ଟାଲ ରୁପା ଜବତ କରାଯାଇଛି। ଏହିସବୁ ଟଙ୍କା, ସୁନା ଓ ରୁପା ଅହମଦାବାଦ ପଠା ଯାଉଥିଲା ଓ ଏସବୁ ହାୱଲା ବ୍ୟବସାୟୀଙ୍କର ବୋଲି ସନ୍ଦେହ କରାଯାଉଛି।

Leave A Reply