ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ; ୫ ମୃତ, ୧୦ ଆହତ

0

ୱାର୍ଦ୍ଧା : ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୁଲଗାଓଁ ସ୍ଥିତ ସେନାବାହିନୀର ଗୋଳାବାରୁଦ ଗୋଦାମରେ ମଙ୍ଗଳବାର ସକାଳେ ବିସ୍ଫୋରଣ ଘଟିଛି । ଏଥିରେ ତିନିଜଣ ଶ୍ରମିକଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେନା ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ, କିଛି ଅବ୍ୟବହୃତ ବିସ୍ଫୋରକକୁ ବାହାର କରିବା ସମୟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରୁ ଜଣେ ଗୋଳାବାରୁଦ କେନ୍ଦ୍ରର କର୍ମଚାରୀ ହୋଇଥିବା ବେଳେ ଅନ୍ୟମାନେ ହେଉଛନ୍ତି ଶ୍ରମିକ।
ସୂଚନାଯୋଗ୍ୟ, ଏହା ହେଉଛି ଦେଶର ସବୁଠାରୁ ବଡ ଗୋଳାବାରୁଦ କେନ୍ଦ୍ର । ଏଠାରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର, ବୋମା ଏବଂ ଅନ୍ୟ ବିସ୍ଫୋରକ ଗଚ୍ଛିତ ହୋଇ ରହିଥାଏ।
ଏହା ପୂର୍ବରୁ ୨୦୧୬ରେ ଏଠାରେ ସମାନ ଧରଣର ଘଟଣା ଘଟିଥିଲା । ଯେଉଁଥିରେ ୧୭ଜଣଙ୍କର ମୃତ୍ୟୁ ଘଟିଥିଲା। ଗୋଳାବାରୁଦ ଗୋଦାମର ୨ ଅଧିକାରୀଙ୍କ ସମେତ ୧୫ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ୧୯ଜଣ ସାଧାରଣ ଲୋକ ଆହତ ହୋଇଥିଲେ ।

Leave A Reply