ଏପ୍ରିଲ୍‌ରେ ବିବାହ କରିବେ ଅର୍ଜୁନ-ମଲାଇକା

0

ମୁମ୍ବଇ : ବଲିଉଡରେ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ଚଳିତବର୍ଷ ଏପ୍ରିଲ୍‌ରେ ବିବାହ କରିବାକୁ ଯାଉଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ମଲାଇକା ଆରୋଡା ଓ ଅର୍ଜୁନ କପୁର ୧୯ ଏପ୍ରିଲ୍‌ ୨୦୧୯ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଖ୍ରୀଷ୍ଟିଆନ ରିତିନୀତିରେ ଉଭୟ ବିବାହ କରିବେ ବୋଲି ସୂଚନା ମିଳିଛି। ଦୀର୍ଘଦିନ ଧରି ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ଗତବର୍ଷ ଇଟାଲୀରୁ ନିଜ ଜନ୍ମଦିନ ଛୁଟି କାଟି ଫେରୁଥିବା ବଲିଉଡର ମୁନ୍ନିଙ୍କୁ ମୁମ୍ବାଇ ଏୟାର୍ପୋର୍ଟରେ ଅର୍ଜୁନ କପୁର୍ଙ୍କ ସହ ଦେଖିବାକୁ ମିଳିଥିଲା।

pic courtesy-onmanorama

ଅର୍ଜୁନ କପୁର ନିଜ ଠାରୁ ୧୨ ବର୍ଷ ବଡ଼ ମଲାଇକାଙ୍କ ପ୍ରେମରେ ପାଗଳ ହେଉଥିବା ବେଳେ ଏପ୍ରିଲ୍‌ରେ ଏହି ଦୁଇ ଯୋଡ଼ି ବିବାହ କରିବେ। ମଲାଇକାଙ୍କୁ ୪୫ ବର୍ଷ ହୋଇଥିବାବେଳେ ଅର୍ଜୁନଙ୍କୁ ୩୩ ବର୍ଷ।

Leave A Reply