ଅରବାଜ୍‌ଙ୍କୁ ସବୁଜ ସଙ୍କେତ

0

ମୁମ୍ବଇ : ପୂର୍ବ ପତ୍ନୀ ମଲାଇକା ଅରୋରାଙ୍କ ସହ ବିଚ୍ଛେଦ ହେବା ପରେ ଅରବାଜ୍‌ ଖାନ୍‌ଙ୍କ ନାମ ବିଭିନ୍ନ ସହ-କଳାକାରଙ୍କ ସହ ଯୋଡ଼ା ଯାଇଥିଲା। ନିକଟରେ କିନ୍ତୁ ବିଦେଶିନୀ ଜର୍ଜିଆ ଆଣ୍ଡ୍ରିଆନୀଙ୍କ ସହ ତାଙ୍କ ଘନିଷ୍ଠତାକୁ ଦେଖି ସବୁ ସ୍ପଷ୍ଟ ହୋଇଯାଇଛି। ଖାନ୍ ପରିବାରର ଘନିଷ୍ଠ ବନ୍ଧୁ ନିଜ ନାମ ଗୋପନ ରଖି କହିଛନ୍ତି ସଲମାନ୍ ଓ ମା’ ସଲମା ଖାନ୍ ଏଇ ସମ୍ପର୍କକୁ ନେଇ ଆଦୌ ରାଜିନଥିଲେ। ତେବେ ଅରବାଜ୍‌ ନିଜ ନିଷ୍ପତ୍ତିରୁ ଆଦୌ ଓହରି ନଥିଲେ। ଏଇ ପାରିବାରିକ ଅଶାନ୍ତି କାରଣରୁ ଦବଙ୍ଗ-୩ ଚଳଚ୍ଚିତ୍ରର ସୁଟିଂ ମଧ୍ୟ ଆରମ୍ଭ ହୋଇପାରୁନଥିଲା। ସଲମାନ୍ ଆଦୌ ଚାହୁଁନଥିଲେ ଭାଇ ଅରବାଜ୍‌ର ବିବାହ ବିଚ୍ଛେଦ ହେଉ ବୋଲି। ମଲାଇକା ମଧ୍ୟ ନିଜ ତରଫରୁ ଏଇ ସମ୍ପର୍କ ନିମନ୍ତେ ଯଥା ସାଧ୍ୟ ଚେଷ୍ଟା କରି ସଫଳ ହୋଇଥିଲେ। ବହୁ ଘାତ ପ୍ରତିଘାତ ଦେଇ ଅତିକ୍ରମ କରିବା ପରେ ଶେଷରେ ଖାନ୍ ପରିବାରର ପ୍ରତ୍ୟେକ ସଦସ୍ୟ ଅରବାଜ୍‌ଙ୍କୁ ଜର୍ଜିଆଙ୍କ ସହ ସବୁଜ ସଙ୍କେତ ଦେଇସାରିଛନ୍ତି। ୨୦୧୯ ଫେବୃଆରୀବେଳକୁ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି।

Leave A Reply