କାଗଜ କଲମରେ ସିମୀତ ରହିଲା ଆଖଣ୍ଡଳମଣି ପୀଠ ଶ୍ରାବଣ ମାସ ପ୍ରସ୍ତୁତି

0

ଆରଡି : ବାବା ଆଖଣ୍ଡଳମଣିଙ୍କ ଚଳିତ ଶ୍ରାବଣୀଯାତ୍ରାକୁ ସୂଚାରୁ ରୂପେ ସମାପନ କରାଯିବା ପାଇଁ ଭଦ୍ରକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଯାତ୍ରାର କିଛିଦିନ ପୂର୍ବରୁ ଭଦ୍ରକ ଠାରେ ଜିଲାର ପୁଲିସ ବିଭାଗ ସହ ବିଭିନ୍ନ ବିଭାଗର ପ୍ରଦାଧିକାରୀ ଓ ମନ୍ଦିରର ସେବାୟତମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପୀଠରେ ସମାଗମ ହେବାକୁ ଥିବା ଲକ୍ଷାଧିକ କାଉଡିଆଭକ୍ତଙ୍କ ସୁବଧା ନିମନ୍ତେ ଯାତ୍ରାର ୭ଦିନ ପୂର୍ବରୁ ପୀଠରେ ପାନୀୟଜଳ ଓ ଆଲୋକ ୨୪ଘଣ୍ଟିଆ ଯୋଗାଣ ବ୍ୟବସ୍ଥା, ପରିମଳ, ସ୍ୱାସ୍ଥ୍ୟସେବା , ରାସ୍ତା ଗୁଡିକର ମରାମତି ପାଇଁ ବିଭିନ୍ନ ବିଭାଗ ସଜାଗ ରହିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ହେଲେ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ ବାଦ ଦେଲେ ଘନଘନ ବିଦ୍ୟୁତ କାଟ ଓ ପାନୀୟଜଳ ସମସ୍ୟାକୁ ନେଇ ଆଗନ୍ତୁକ କାଉଡିଆମାନେ ନାନା ଅସୁବିଧାରେ ସମ୍ମୁଖିନ ହୋଇଥିଲେ । ସେହିପରି ଭଦ୍ରକ-ଆରଡି ରାସ୍ତାର ଧୁଷୁରୀ ଠାରୁ ମଠଡିହ ପର୍ଯ୍ୟନ୍ତ ରାସ୍ତାରେ ଅନେକ ସ୍ଥାନରେ ପିଚୁ ଉଠିଯିବା ଦ୍ୱାରା ରାସ୍ତାର ବଡବଡ ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ହିଁ ସୀମିତ ହୋଇ ରହିଯାଇଛି । ପରିମଳ ବ୍ୟବସ୍ଥାକୁ ନଜର କଲେ ପୀଠ ସାରା କୁଢ କୁଢ ଅଳିଆ ଗଦା ହୋଇ ପଡିଥିଲେ ମଧ୍ୟ କାହାରି ନିଘା ନାହିଁ । ବିଶେଷକରି ଚଳିତବର୍ଷ ଶ୍ରାବଣୀଯାତ୍ରା ପୂର୍ବରୁ ଶ୍ରାବଣୀ ମଣ୍ଡପର ସମ୍ପ୍ରସାରଣ ନିମନ୍ତେ ସେବାୟତମାନଙ୍କ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଏହି ଦାବିକୁ ହାଲକା ଭାବେ ଗ୍ରହଣ କରିବା ଦ୍ୱାରା ଚଳିତ ସୋମବାବରେ ହଜାର-ହଜାର କାଉଡିଆ ଜଳ ଲାଗି ପାଇଁ ନାନା ସମସ୍ୟା ହେଉଥିବା ଦେଖିବାକୁ ମିଳିଥିଲା ।

Leave A Reply